29.1 C
Bhubaneswar
Friday, April 26, 2024
Homeଓଡିଶାଧୁମଧାମରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଐ୍ୟତିହାସିକ ମୁନସୀ ମିଳନ

ଧୁମଧାମରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଐ୍ୟତିହାସିକ ମୁନସୀ ମିଳନ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ଧୁମଧାମରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଐ୍ୟତିହାସିକ ମୁନସୀ ମିଳନ । ଚଳିତବର୍ଷ ଏହି ଉତ୍ସବରେ ସାମିଲ ହୋଇଥିଲେ ଆଖପାଖ ଅଂଚଳର ୫୦ରୁ ଉର୍ଦ୍ଧ୍ୱ ଛୋଟବଡ ବିମାନ । ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଏହି ନିଆରା ଉତ୍ସବ । ପରମ୍ପରା ଅନୁଯାୟୀ ପୋଲିସ ଓ ଜନତା ମିଶି କରି ପାଳିଥାନ୍ତି ଏହି ପର୍ବ । ଖାକି ବର୍ଦ୍ଦିରେ ଥାଇ ବି ସାଧାରଣ ଜନତାଙ୍କ ସହ ଅବିର ରଙ୍ଗରେ ହୋଲି ଖେଳିଥାନ୍ତି ଥାନା ଅଧିକାରୀ ଓ କର୍ମଚାରୀ । ଧର୍ମଶାଳା ଥାନାର ଅଧିକାରୀ ସାଜିଥାନ୍ତି ଏହି ପର୍ବର ମୁଖ୍ୟ ପୁରୋଧା ।
୧୪୪ ବର୍ଷ ଧରି ପାଳିତ ହୋଇଆସୁଛି ଧର୍ମଶାଳାର ପ୍ରସିଦ୍ଧ ମୁନସୀ ମିଳନ ।

ବଡ ଜାକଜମକରେ ଶେଷ ହୋଇଛି ଏହି ମିଳନ ପର୍ବ । ବଡ କଥା ହେଲା ପୋଲିସ ଓ ଜନତା ମିଳିତ ଭାବେ ପାଳିଛନ୍ତି ଏଠାକାର ଏହି ପାରମ୍ପରିକ ଉତ୍ସବ । ଖାକି ପୋଷାକରେ ଥାଇ ବି ଜନତାଙ୍କ ସହ ପୋଲିସ ଖେଳିଛି ରଙ୍ଗ ଅବିରର ହୋଲି । ଏହି ସମୟରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ନିଆରା ଭାଇଚାରା । କର୍ତବ୍ୟରତ ପୋଲିସ ଅଧିକାରୀ ନିଜର ଅସ୍ଥିତ୍ୱ ଭୁଲିଯାଇ ଲୋକଙ୍କ ସହ ଏକାକାର ହୋଇଯାଇଥିଲେ । ସତରେ ଏହି ନିଆରା ଉତ୍ସବର ଆୟୋଜନ ଦ୍ୱାରା ପୋଲିସ ମଧ୍ୟ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରୁଛି । ଧିରେ ଧିରେ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି । ଆଗମୀ ଦିନରେ ଏହା ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି ଅନୁଷ୍ଠନର କର୍ମକର୍ତା ।

୧୮୭୭ ମସିହାରୁ ପାଳିତ ହୋଇ ଆସୁଛି ଏହି ମିଳନ ଉତ୍ସବ । ବାସ୍ତବରେ ଏହା କେବଳ ମେଲଣ ଉତ୍ସବ ନୁହେଁ ଏହା ଏକ ଅପୁର୍ବ ମିଳନର ପର୍ବ । ଏଥିପାଇଁ ବିମାନ ଗୁଡିକୁ ବହୁ ପୂର୍ବରୁ ପାନଗୁଆ ଦେଇ ନିମନ୍ତ୍ରଣ କରାଯାଇଥାଏ । ଚଳିତ ବର୍ଷ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଛୋଟ ବଡ ବିମାନ ଏହି ମେଲଣ ଉତ୍ସବରେ ସାମିଲ ହୋଇଥିଲେ । ଅନେକ ବିମାନ ବାପା ଜେଜେବାପା ଅମଳରୁ ଏହି ମେଲଣ ପର୍ବରେ ସାମିଲ ହୋଇ ଆସୁଛନ୍ତି । ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତି ।

ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜାରେ ଝଟକୁଛି ବିମାନ । ବିଭିନ୍ନ ସ୍ଥାନରୁ ଆସିଥିବା ବିମାନ ବିମାନ ମଧ୍ୟରେ ଲାଗିଥାଏ ପ୍ରତିଯୋଗିତା । ପାରମ୍ପରିକ ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଥିଲା ଆଧୁନିକତାର ଛାପ । ଠାକୁର ବାଡିଆ ଭାଇମାନେ ନାଚଗୀତ ସହିତ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରିଥିଲେ । ଏହି ଅବସରରେ ମେଳନ ପଡିଆରେ ବିଭିନ୍ନ ଦୋକାନ ବଜାର ମଧ୍ୟ ଲାଗିଥାଏ । ଯାହାକୁ ଭରପୁର ଉପଭୋଗ କରିଥିଲେ ମେଲଣକୁ ବୁଲିବାକୁ ଆସିଥିବା ହଜାର ହଜାର ଦର୍ଶକ ।

ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଧର୍ମଶାଳାର ଏହି ଐତିହାସିକ ମୁନସୀ ମିଳନ । ଯେଉଁଥିରେ ଜାତି ଧର୍ମ ବା ଅନ୍ୟ କୌଣସି ଭେଦଭାବ ନାହିଁ । ପୋଲିସ-ଜନତା, ହିନ୍ଦୁ-ମୁସଲମାନ ସମସ୍ତେ ଏଠି ଏକାକାର । ସଭିଏଁ ସାଜିଛନ୍ତି ଭାଇଭାଇ ଏହି ମିଳନକୁ ଦେଖିଲେ ମନେହୁଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking