38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକାନ୍ଥ ଭୁଶୁଡ଼ି ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ...

କାନ୍ଥ ଭୁଶୁଡ଼ି ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ମୃତକ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

କାନ୍ଥ ଭୁଶୁଡି ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଭୂସ୍ଶଳନ ଯୋଗୁ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆହୁରି କିଛି ଲୋକ ଫସି ରହିଥିବାରୁ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଲଗାଣ ବର୍ଷା ଯୋଗୁ ମୁମ୍ବାଇର କିଛି ଅଞ୍ଚଳରେ ଏବେ ଜଳବନ୍ଦି ସ୍ଥିତି ଉପୁଜିଛି । ମୁମ୍ବାଇର ବିକ୍ରୋଲିରେ ମଧ୍ୟ ଏପରି ଅଘଟଣ ଘଟିଛି । କାନ୍ଥ ଭୁଶୁଡ଼ି ୧୯ ଜଣଙ୍କର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି । ସଠାରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରବଳ ବର୍ଷା ହେବା ପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନାଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ । ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ମୁମ୍ବାଇରେ ମୂଷଳ ଧାରାରେ ବର୍ଷା ଯୋଗୁଁ ଚାରିଆଡ଼େ ଖାଲି ପାଣି ପାଣି ନଜର ଆସୁଛି । ସହରର ଗାନ୍ଧୀ ମାର୍କେଟ ରାସ୍ତାରେ ପାଣି ଭରି ଯାଇଛି । ଏତେ ପାଣି ଯେ ବସର ଟାୟାର ପର୍ଯ୍ୟନ୍ତ ବୁଡ଼ି ରହିଛି । ଏହା ବ୍ୟତୀ ଭାରତୀୟ ରବଳାଇ ସେବା ଉପରେ ମଧ୍ୟ ବର୍ଷା ପ୍ରଭାବ ପକାଇଛି । ମୁମ୍ବାଇର ବିଭିନ୍ନ ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking