28.1 C
Bhubaneswar
Thursday, March 28, 2024
Homeଅପରାଧ୩୦ ଯାଏଁ ଜେଲରେ ରହିବେ ଆର୍ୟାନ ଖାନ

୩୦ ଯାଏଁ ଜେଲରେ ରହିବେ ଆର୍ୟାନ ଖାନ

ନୂଆଦିଲ୍ଲୀ: ଆର୍ୟାନ ଡ୍ରଗ୍ସ କେସରେ ମୁମ୍ବାଇର ସ୍ପେଶାଲ ଏନଡିପିସି ଅଦାଲତ ଶାହାରୁଖ ଖାନଙ୍କ ପୁଅ ଆର‌୍ୟନ ଖାନ ସମେତ ୮ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ୩୦ ଅକ୍ଟୋବର ଯାଏଁ ବୃଦ୍ଧି କରିଛନ୍ତି । ଆର୍ୟାନ ବର୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି । ତାଙ୍କୁ ୮ ଅକ୍ଟୋବରରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଏହାପରେ ୩୦ ଅକ୍ଟୋବର ଯାଏଁ ଏହି ଅବଧି ବୃଦ୍ଧି କରାଯାଇଛି ।

କହିରଖୁଛୁ, ଆଣ୍ଟି ଡ୍ରଗ୍ସ ଏଜେନ୍ସି ଏନସିବି ୩ ଅକ୍ଟୋବରରେ ଆର‌୍ୟନ ସମେତ ଅନେକ ଲୋକଙ୍କୁ ଡ୍ରଗ୍ସ ସହ ଜଡିତ ମାମଲାରେ ଗିରଫ କରିଥିଲା । ଏହାପରେ ଆର୍ୟାନ ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ । ବୁଧବାର ଅଦାଲତ ଜାମିନ ଦେବା ପାଇଁ ମନା କରିଥିଲେ । ଏବେ ସେ ବମ୍ବେ ହାଇକୋର୍ଟ ରେ ପହଂଚିଛନ୍ତି । ତାଙ୍କ ଆବେଦନ ଉପରେ ୨୬ ଅକ୍ଟୋବରରେ ଶୁଣାଣୀ ହେବ । ଯଦି ହାଇକୋର୍ଟରୁ ଜାମିନ ମିଳେ ତେବେ ଆର୍ୟାନ ଜେଲରୁ ମୁକ୍ତି ପାଇପାରନ୍ତି । ଅଦାଲତ ବୁଧବାର ଦିନ ଆର୍ୟାନ ଙ୍କୁ ଜାମିନ ଦେବା ନେଢଇ ମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking