34.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022କିଶନ୍ ଓ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ ବ୍ୟର୍ଥ : ମୁମ୍ବାଇ ନିରାଶ, ପ୍ଲେଅଫ୍‌ରେ କୋଲ୍‌କାତା

କିଶନ୍ ଓ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ ବ୍ୟର୍ଥ : ମୁମ୍ବାଇ ନିରାଶ, ପ୍ଲେଅଫ୍‌ରେ କୋଲ୍‌କାତା

ଆବୁଧାବି: ଚଳିତ ଆଇପିଏଲ୍‌-୧୪ର ଦ୍ୱିତୀୟ ଚରଣର ଲିଗ୍ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଥିବା ବେଳେ ପ୍ଲେଅଫ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ଲିଗ୍ ପର୍ଯ୍ୟାୟର ଶେଷ ଦିନରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍‌ରେ ଚତୁର୍ଥ ଟିମ୍ ଭାବେ କୋଲ୍‌କାତା ନାଇଟ୍ ରାଇଡର୍ସ ସ୍ଥାନ ନେବାକୁ ଆଶା ରଖିଥିଲେ ହେଁ ଶେଷରେ ରୋହିତ ଶର୍ମାଙ୍କ ଦଳକୁ ନିରାଶ ହେବାକୁ ପଡ଼ିଛି । ସଂସ୍କରଣର ୫୫ତମ ମ୍ୟାଚ୍‌ରେ ଦଳ ପ୍ରଥମେ ବ୍ୟାଟିଂ କରି ଓପନର ଇଶାନ୍ କିଶନ୍‌ଙ୍କ ବିସ୍ଫୋରକ ୮୪ ଓ ସୂର୍ଯ୍ୟକୁମାର ଯାଦବଙ୍କ ୮୨ ରନ୍ ସହାୟତାରେ ୯ ୱିକେଟ୍ ବିନିମୟରେ ଆଇପିଏଲ୍‌ରେ ନିଜର ସର୍ବାଧିକ ସ୍କୋର୍ ୨୩୫ କରିଥିଲେ ହେଁ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି । ଦଳ ୨୩୫ ରନ୍ କରିବା ପରେ ପ୍ଲେଅଫ୍‌ରେ ପହଞ୍ଚିବା ସକାଶେ ପ୍ରତିପକ୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୬୫ ରନ୍ ମଧ୍ୟରେ ସୀମିତ ରଖିବା ପରି କଷ୍ଟସାଧ୍ୟ ଲକ୍ଷ୍ୟ ପାଇଥିଲା । ଏଥିରେ ଦଳ ବିଫଳ ହେବାରୁ ଟାଇଟଲ୍ ବଜାୟ ରଖିବାର ସୁଯୋଗ ପାଇପାରିନାହିଁ ।

ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ସାଥୀ ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍‌ଙ୍କ ସହ ଇନିଂସ ଆରମ୍ଭ କରିଥିଲେ । କିଶନ୍ ତାଙ୍କ ପାରମ୍ପରିକ ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରି ମାତ୍ର ୧୬ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ପାୱାର୍‌ପ୍ଲେର ଚତୁର୍ଥ ଓଭର୍ ଶେଷ ବଲ୍‌ରେ ସେ ଅର୍ଦ୍ଧଶତକ ପୂରଣ କରିବାରେ ତୃତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ପୂର୍ବରୁ ଦୁଇ ଥର (୨୦୧୮, ୨୦୧୯)ପଞ୍ଜାବ କିଙ୍ଗ୍‌ସର ଅଧିନାୟକ ୨.୫ ଓ ୪ ଓଭର୍‌ରେ ଅର୍ଦ୍ଧଶତକ ପୂରଣ କରି ଏକ ନମ୍ବରରେ ରହିଛନ୍ତି । ଦୁଇ ଓପନର ୮୦ ରନ୍ ଯୋଡ଼ିବା ପରେ ଅଧିନାୟକ ରୋହିତ ୩ଟି ଚୌକା ସହ ୧୮ ରନ୍ କରି ଆଉଟ୍ ହେବା ଫଳରେ ଭାଗୀଦାରୀ ଭାଙ୍ଗିଥିଲା । କିନ୍ତୁ କିଶନ୍ ତାଙ୍କ ଧୂଆଁଧାର ବ୍ୟାଟିଂ ଜାରି ରଖି ମାତ୍ର ୩୨ଟି ବଲ୍‌ରେ ୧୧ଟି ଚୌକା ଓ ୪ଟି ଛକା ସହାୟତାରେ ୮୪ ରନ୍ କରିଥିଲେ । ଏଥିସହ ପାୱାରପ୍ଲେ ଶେଷ ସୁଦ୍ଧା ୬୩ ରନ୍ କରିଥିବା କିଶନ୍ ଆଇପିଏଲ୍‌ରେ ତୃତୀୟ ସର୍ବାଧିକ ସ୍କୋରର୍ ହୋଇଥିଲେ । ଏହି ତାଲିକାରେ ଚେନ୍ନାଇର ସୁରେଶ ରାଇନା (୮୭) ଓ ଡେକାନ୍ ଚାର୍ଜର୍ସର ଆଡାମ୍ ଗିଲକ୍ରିଷ୍ଟ (୭୪) ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । କିଶନ୍ ଆଉଟ୍ ହେବା ପରେ ଫର୍ମରେ ନ ଥିବା ସୂର୍ଯ୍ୟକୁମାର ଜବରଦସ୍ତ ଫର୍ମ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୪୦ଟି ବଲ୍‌ରେ ୧୩ଟି ଚୌକା ଓ ୩ଟି ଛକା ସହ ୮୨ ରନ୍ କରିଥିଲେ । ଫଳସ୍ୱରୂପ ଦଳ ୨୦୧୭ରେ ତା’ର ୨୨୩/୬ ସର୍ବାଧିକ ସ୍କୋର୍‌କୁ ଟପିପାରିଥିଲା । ସନ୍‌ରାଇଜର୍ସ ପକ୍ଷରୁ ଜେସନ୍ ହୋଲ୍‌ଡର୍ ସର୍ବାଧିକ ୪ଟି ଏବଂ ରଶିଦ୍ ଖାନ୍ ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସନ୍‌ରାଇଜର୍ସ ୧୨ ଓଭର୍‌ରେ ୪ ୱିକେଟ୍ ହରାଇ ୧୨୭ ରନ୍ କରିଛି । ଦୁଇ ଓପନର ଜେସନ୍ ରୟ ଓ ଅଭିଷେକ ଶର୍ମା ଯଥାକ୍ରମେ ୩୪ (୬ ଚୌକା) ଓ ୩୩ ରନ୍ (୪ ଚୌକା, ୧ ଛକା) କରି ଆଉଟ୍ ହେବା ପରେ ଅଧିନାୟକ କେନ୍ ୱିଲିୟମ୍‌ସନ୍‌ଙ୍କ ସ୍ଥାନରେ ଦଳକୁ ଫେରିଥିବା ଓ ନେତୃତ୍ୱ ନେଉଥିବା ମନୀଷ ପାଣ୍ଡେ ୧୯ଟି ବଲ୍‌ରେ ୩୦ ରନ୍ ଓ ପ୍ରିୟମ୍ ଗର୍ଗ ୧୦ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ କରି ଅପରାଜିତ ଅଛନ୍ତି । ମୁମ୍ବାଇ ପକ୍ଷରୁ ଜେମ୍ସ ନିଶାମ୍ ୨ଟି ୱିକେଟ୍ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking