34.1 C
Bhubaneswar
Friday, March 29, 2024
Homeଅପରାଧଡ୍ରଗ୍ସ ମାମଲାରେ ଆର୍ୟାନ ଖାନଙ୍କ ଜାମିନ ଖାରଜ

ଡ୍ରଗ୍ସ ମାମଲାରେ ଆର୍ୟାନ ଖାନଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ: କ୍ରୁଜ ଡ୍ରଗ୍ସ ମାମଲାରେ ସାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କ କିଲା କୋର୍ଟରେ କରାଯାଇଥିବା ଜାମିନ ଆବେଦନ ଖାରଜ ହୋଇ ଯାଇଛି । କାଲି ମାମଲାର ଶୁଣାଣି ପରେ କୋର୍ଟ ଆର୍ୟାନ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । କୋର୍ଟ କହିଛନ୍ତି ଯେ, ବିନା କୋଭିଡ ରିପୋର୍ଟ ଅଭିଯୁକ୍ତଙ୍କୁ ଜେଲକୁ ନିଆଯାଏ ନାହିଁ । ଏଥିପାଇଁ ସମସ୍ତଙ୍କୁ ଗୁରୁବାର ରାତିରେ ଏନସିବି ଦପ୍ତରରେ ରହିବାକୁ ହେବ । ଯାହାକୁ ଅଭିଯୁକ୍ତଙ୍କ ଓକିଲ ସ୍ୱୀକାର କରିଛନ୍ତି । କୋର୍ଟରେ ଶୁଣାଣି ସମୟରେ ଏନସିବି ଅଭିଯୁକ୍ତଙ୍କୁ ଏନସିବି ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିଥିଲେ । ହେଲେ ଅଦାଲତ ଏହାକୁ ଅନୁମତି ଦେଇନଥିଲେ । ସୂଚନାଯୋଗ୍ୟ, ଗୋଆ ଯାଉଥିବା କ୍ରୁଜ ରେ ୩ ଅକ୍ଟୋବରରେ କରାଯାଇଥିବା ଚଢାଉରେ ଆର୍ୟାନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚାଣ୍ଟକୁ ଏନସିବି ଗିରଫ କରିଥିଲା । ଯେତେବେଳେ କି ଅନ୍ୟ ୫ ଅଭିଯୁକ୍ତଙ୍କୁ ତା ପରଦିନ ଗିରଫ କରାଯାଇଥିଲା । ରିମାଣ୍ଡ ଅବଦି ସମାପ୍ତ ପରେ ସେମାନଙ୍କୁ ଅତିରିକ୍ତ ମୁଖ୍ୟ ମେଟ୍ରୋପୋଲିଟିନ ମାଜିଷ୍ଟ୍ରେଟ ଆର ଏମ ନେର୍ଲିକରଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ସେଠାରୁ ସେମାନଙ୍କୁ ୧୪ ଦିନ ବିଚାର ବିଭାଗୀୟ ହଜାତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking