24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶବିଜେପିରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ

ବିଜେପିରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ

ଲକ୍ଷ୍ନୌ : ବିଜେପିରେ ସାମିଲ୍ ହେଲେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ । ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିଲେ । ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟଙ୍କ ଉପସ୍ଥିତିରେ ମିଶିଲେ । ୨୦୧୭ରେ ସମାଜବାଦୀ ପାର୍ଟିିରୁ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ ଅପର୍ଣ୍ଣା ।

ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। କେଣଟ ଆସନରୁ ସାଇକଲ ଚିହ୍ନଟରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।

ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ସମାଜବାଦୀ ପାର୍ଟି ପୁଣି ଥରେ ଏଠି ସତ୍ତାକୁ ଫେରିବ ଏବଂ ବିଜେପିକୁ ମାତ୍‌ ଦେବ ବୋଲି ଜୋରସୋର୍‌ରେ କସରତ୍‌ ଚଳାଇଛି। ଏପରିକି ବିଜେପିର କିଛି ନେତାଙ୍କୁ ନିଜ ଆଡକୁ ମଧ୍ୟ ଟାଣି ସାରିଲାଣି। ଏହାରି ଭିତରେ ଏବେ ବିଜେପି ସମାଜବାଦୀ ପାର୍ଟିକୁ ଦେଇଛି ବଡ ଝଟ୍‌କା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking