31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକାଲିମେଳାର ପୂର୍ବତନ ସରପଞ୍ଚ ମୁକୁନ୍ଦ ନାୟକଙ୍କ ବିରୋଧରେ ଜମି ଜାଲିଆତି ଅଭିଯୋଗ

କାଲିମେଳାର ପୂର୍ବତନ ସରପଞ୍ଚ ମୁକୁନ୍ଦ ନାୟକଙ୍କ ବିରୋଧରେ ଜମି ଜାଲିଆତି ଅଭିଯୋଗ

ମାଲକାନଗିରି : ଚଳିତ ମାସ 10 ତାରିଖ ଦିନ କାଲିମେଳାର ପୂର୍ବତନ ସରପଞ୍ଚ ମୁକୁନ୍ଦ ନାୟକ କାଲିମେଳା ତହସିଲରେ ଜମିପଟା ବଣ୍ଟନରେ ଅନିୟମିତିତା ଅଭିଯୋଗ ଆଣିଥିଲେ । ସ୍ଥାନୀୟ ତହସିଲଦାର ଶ୍ରୀ ଆଲୋକ କୁମାର ଅନୁଗୁଳିଆ ଏହି ସବୁ ଅଭିଯୋଗକୁ ଦୃଢ ଖଣ୍ଡନ କରିଥିଲେ । ଅଭିଯୋଗ ଆଣିବା ପରେ ତହସିଲଦାର ବ୍ୟକ୍ତିଗତ ଭାବେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ, ମୁକୁନ୍ଦ ନାୟକ ପ୍ରକୃତରେ ଆଦିବାସୀ ନୁହନ୍ତି । ମୁକୁନ୍ଦ ନାୟକ ଜାତିରେ “ଜଟିଆ ପରଜା” । ମୁକୁନ୍ଦଙ୍କ ଘର କୋରାପୁଟ ଜିଲ୍ଲାର ଆଡ଼ପୁଟ l ତାଙ୍କ ବାପା, ଜେଜେ ବାପା ପୂର୍ବପୁରୁଷ ସମସ୍ତେ ଅଣ ଆଦିବାସୀ ସମ୍ପ୍ରଦାୟର ଲୋକ ଅଟନ୍ତି । ନନ୍ଦପୁର ତହସିଲରେ ଆଡ଼ପୁଟ ମୋଉଯାର ଖାତା ନମ୍ବର 19/20 ରେ ତାଙ୍କର ଜାତି “ଜଟିଆ ପରଜା” ଲେଖାଅଛି । ବାପାମାଆ ଚିଉଁଣ୍ଡ ଝିଅ ପ୍ରମିଳା ମାଝୀ ସମ୍ପର୍କରେ ମୁକୁନ୍ଦର ଝିଆରି । ମୁକୁନ୍ଦ ଝିଆରୀକୁ ଡରେଇ ଧମକେଇ ତାହାର ସବୁ ଜମିକୁ ଅନ୍ୟ ଲୋକଙ୍କୁ ବିକ୍ରି କରିଦେଉଥିଲା । କେବଳ ଏତିକି ନୁହେଁ ମୁକୁନ୍ଦର ଆହୁରି ଅନେକ ଦୁର୍ନତି ଯଥା ଜାଲିଆତି କାମ,ଜମିପଟା ଦୁର୍ନୀତି ଜଣା ପଡିଥିଲା । ମୁକୁନ୍ଦର ସତ୍ୟ ଜାଣିବା ପରେ ଅଖିଳ ଭାରତୀୟ ତହସିଲଭୁକ୍ତ ଜାତି/ଜଣଜାତି ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ମୁକୁନ୍ଦ ବିରୁଦ୍ଧ ଥିବା ସବୁ ଅଭିଯୋଗକୁ ଲିଖିତ ଆକାରରେ ଜିଲ୍ଲା ପ୍ରଶାସନକୁ ଜଣେଇଛନ୍ତି ଓ ଏକ ମାସ ମଧ୍ୟରେ ଏହାର ସଂଗଠନର ସବୁ ଦାବିକୁ ମାନି ଝିଆରୀ ଓ ଅନ୍ୟ ସବୁ ଲୋକମାନଙ୍କୁ ସୁଵିଚାର ଦେବାପାଇଁ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking