32.1 C
Bhubaneswar
Tuesday, September 27, 2022
Homeଦେଶ ବିଦେଶଅମ୍ବାନୀଙ୍କ ପରିବାରକୁ ପୁଣି ମିଳିଲା ଧମକ

ଅମ୍ବାନୀଙ୍କ ପରିବାରକୁ ପୁଣି ମିଳିଲା ଧମକ

ମୁମ୍ବାଇ : ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ମିଳିଛି। ଏହି ଧମକ ଫୋନ୍ରେ ଦିଆଯାଇଛି। କେବଳ ସେତିକି ନୁହେଁ ଧମକପୂର୍ଣ୍ଣ କଲ୍ ଥରେ କିମ୍ବା ୨ଥର ନୁହେଁ ବଂର ୩ ଥର ଆସିଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ମାମଲରେ ଡିବି ମାର୍ଗ ପୋଲିସ ଷ୍ଟେସନ୍ ତଦନ୍ତ କରିବା ଆରମ୍ଭ କରିଛି। କୁହାଯାଉଛି ଯେ, ଧମକ ଦେଇଥିବା ବ୍ୟକ୍ତି ତିନିଥର ଫୋନ୍ କରିଛି। ଏହି ଫୋନ୍ କଲ ରିଲାଏନ୍ସ ଫାଉଣ୍ଡେସନ୍ ହରକିଶନଦାସ ହସ୍ପିଟାଲର ଡିସପ୍ଲେ ନମ୍ବରରେ ଦିଆଯାଇଥିଲା। ଏଥିରେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଦିଆଯାଇଛି। କୁହାଯାଉଛି ଯେ, ପୋଲିସ ଜଣେ ବ୍ୟକ୍ତିକୁ କଷ୍ଟଡିରେ ନେଇଛି। ଏହା ପୂର୍ବରୁ ଗତ ବର୍ଷ ଫେବୃଆରୀରେ ଦେଶର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ବାହରେ ସନ୍ଦିଗ୍ଧ କାର ମିଳିଥିଲା। ସେଥିରେ ଜିଲୋଟିନର ୨୦ଟି ଛଡ ମିଳିଥିଲା। ସନ୍ଦିଗ୍ଧ କାର ମିଳିବା ପରେ ଖେଳି ଯାଇଥିଲା ଚାଞ୍ଚଲ୍ୟ। ଏହି ମାମଲାର ମହାରାଷ୍ଟ୍ର ଏଟିଏସ୍ ଛଡା ଏନ୍ଆଇଏ ମଧ୍ୟ ତଦନ୍ତ କରିଥିଲା। ଯେଉଁ କାରରେ ବିସ୍ଫୋରକ ଥିଲା, ସେହି କାର ମନସୁଖ ହିରେନଙ୍କ ଥିଲା, କିନ୍ତୁ କିଛି ଦିନ ପରେ ମନସୁଖ ହିରେନଙ୍କ ମୃତଦେହ ମିଳିଥିଲା। ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଭର୍ତ୍ତି ଗାଡି ମାମଲାରେ ଏନଆଇଏ ମୁମ୍ବାଇ ପୋଲିସର ଅଫିସର ସଚିନ୍ ୱାଜେଙ୍କୁ ଗିରଫ କରିଥିଲା। ସଚିନଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ହିଁ ମନସୁଖ ହିରେନର ହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking