40.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀରେ ‘ମୁଁ ସିଟି ସେଭିୟର୍’ ଆପ୍

ରାଜଧାନୀରେ ‘ମୁଁ ସିଟି ସେଭିୟର୍’ ଆପ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବର୍ଷା ଦିନେ ଜଳବନ୍ଦୀର ସମସ୍ୟା ଦେଖାଯାଏ । ଏହା ରାଜଧାନୀରେ ବର୍ଷକୁ ଅତି କମରେ ତିନିରୁ ଚାରି ଥର ଜଳବନ୍ଦୀ ସମସ୍ୟା ଦେଖାଯାଉଥିବାରୁ ଏହାର ମୁକାବିଲା ପାଇଁ ବିଏମସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଜର୍ମାନ୍ ଡେଭଲପମେଣ୍ଟ କୋଅପରେସନ୍ ସହାୟତାରେ ‘ମୁଁ ସିଟି ସେଭିୟର୍’ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ ସାହାଯ୍ୟରେ ଲୋକମାନେ ସେମାନଙ୍କ ଅଞ୍ଚଳର ଡ୍ରେନ୍ ସ୍ଥିତି, ବର୍ଷା ଜଳ ପ୍ରବାହ ବିଷୟରେ ବିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇବେ । ଜଣାଇବା ପରେ ବିଏମସି ତାହାର ମୁକାବିଲା ପାଇଁ ପଦକ୍ଷେପ ନେବା ସହ ଲୋକଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରାଯିବା ବୋଲି ଜଣାପଡିବ । ଏହି ଆପ୍ ପ୍ରସ୍ତୁତ କରିବାକୁ ନୂଆପଲ୍ଲୀ ଓ ଶତାବ୍ଦୀ ନଗର ଅଞ୍ଚଳର ବାସିନ୍ଦାଙ୍କ ସହାୟତା ନିଆଯାଇଥିବା ଜଣାପଡିଛି ।
ଏହି ଆପର ଲୋକାର୍ପଣ କାର‌୍ୟ୍ୟକ୍ରମ ମଙ୍ଗଳବାର ଦିନ ନୂଆପଲ୍ଲୀ ସ୍ଥିତ ମମତାଜ୍ ଅଲ୍ଲୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଏମସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ବିଡିଏ ସଚିବ ଆର୍.ଏନ୍ ମିଶ୍ର, ବିଏମସିର ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ, ଜିଆଇଜେଡର ବୈଶାଳୀ ନନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
‘ମୁଁ ସିଟି ସେଭିୟର୍’ ଆପ୍ ସହଯୋଗରେ ସହରାଞ୍ଚଳ ବନ୍ୟା ସମୟରେ ଲୋକମାନେ ଡ୍ରେନ୍ ଗୁଡ଼ିକର ତିନିଟି ସୂଚନା ଯଥା ଡ୍ରେନରେ ଅଳିଆ ଅଛି କି ନାହିଁ, ଜଳସ୍ତର କେତେ ଅଛି, ଜଳ ପ୍ରବାହ ହେଉଛି କି ନାହିଁ ତାହାରସୂଚନା ଦେଇପାରିବେ । ଏହାକୁ ଭିତ୍ତିକରି ବିଏମସି କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବେ । ଏହି ଆପ୍ ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବାବେଳେ ଏହାକୁ ଆଣ୍ଡ୍ରଏଡ୍ ମୋବାଇଲଧାରୀ ବ୍ୟବହାର କରିପାରିବେ । ଏହି ଆପ୍ କେତେଦୂର ସହାୟକ ହେଉଛି ତାହା ଆସନ୍ତା ବର୍ଷା ଋତୁରେ ଜଣାପଡ଼ିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking