29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗMSME ବାଣିଜ୍ୟ ମେଳା-୨୦୨୧ ଉଦଘାଟିତ

MSME ବାଣିଜ୍ୟ ମେଳା-୨୦୨୧ ଉଦଘାଟିତ

ଭୁବନେଶ୍ୱର:  ଉଦଘାଟିତ ହୋଇଛି MSME ବାଣିଜ୍ୟ ମେଳା-୨୦୨୧ ।  ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମଏସଏମଇ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି । ଏହି ବାଣିଜ୍ୟ ମେଳାକୁ ଭର୍ଚୁଆଲ ମୋଡରେ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୯ ତାରିଖ ଯାଏଁ ଚାଲିବ ଏ ବର୍ଷର ବାଣିଜ୍ୟ ମେଳା । ଏବର୍ଷ ବାଣିଜ୍ୟ ମେଳାର ବିଷୟବସ୍ତୁ ରହିଛି- ଗଢିବା, ବଢିବା ଓ ସମୃଦ୍ଧ ହେବା । ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ । ପ୍ରତିବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ସାମିଲ୍ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନଜରରେ ରଖି ବାହାର ରାଜ୍ୟର ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking