37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସୋସିଆଲ ମିଡିଆରେ ଚର୍ଚ୍ଚା ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ

ସୋସିଆଲ ମିଡିଆରେ ଚର୍ଚ୍ଚା ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇଣ୍ଡିଆନି ପ୍ରିମିୟର ଲିଗ୍ (ଆଇପିଏଲ) ର ୧୪ କମ ସିଜିନ ପୂର୍ବରୁ ଧୋନୀ ଲଣ୍ଡା ହୋଇଛନ୍ତି ଏବଂ ଜଙ୍ଗଲରେ ସେ ବୁଦ୍ଧ ଭିକ୍ଷୁକଙ୍କ ପରି ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଛି । ଧୋନୀଙ୍କ ଏହି ଲୁକ ଆଇପିଏଲ ବିଜ୍ଞାପନ ପାଇଁ । ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ ନେଇ ଅନେକ ଚର୍ଚ୍ଚା ହେଉଛି । ଟ୍ୱିଟର ବ୍ୟବହାର କରି ଭରପୂର ଭାବରେ ଧୋନୀଙ୍କ ଏହି ଲୁକର ମଜା ନେଉଛନ୍ତି । କହିରଖୁଛୁ ଯେ, ଷ୍ଟାର ସ୍ପୋର୍ଟସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ବିଜ୍ଞାପନ ସହ ଜଡିତ ୯ ସେକେଣ୍ଡର ପ୍ରୋମୋ ସେୟାର କରିଥିଲା ।

ଧୋନୀ ସେହି ପ୍ରୋମୋରେ କହୁଛନ୍ତି, ଏହି ଅବତାର ପଛରେ କଣ ମନ୍ତ୍ର ରହିଛି, ତାହା ଖୁବଶୀଘ୍ର ଜଣାପଡିବ । ଏହାପରେ ଷ୍ଟାର ସ୍ପୋର୍ସ ଧୋନୀଙ୍କ ଆଉ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଲୋଭି କହୁଛନ୍ତି । ଧୋନୀ ଭିଡିଓରେ କିଛି ପିଲାଙ୍କୁ ରୋହିତ ଶର୍ମାଙ୍କ କାହାଣୀ ଶୁଣାଉଛନ୍ତି । ସେ କହୁଛନ୍ତି, ଆଜିର ବିଷୟବସ୍ତୁ ଲୋଭ । ଏହି କାହାଣୀ ହେଉଛି ହିଟମ୍ୟାନ ରୋହିତଙ୍କର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking