27.1 C
Bhubaneswar
Thursday, April 25, 2024
Homeଓଡିଶାଫାଇନ ଗଣିଲେ ବିଜେଡ଼ି ସାଂସଦ

ଫାଇନ ଗଣିଲେ ବିଜେଡ଼ି ସାଂସଦ

ରାୟଗଡ଼ା : ବିନା ହେଲମେଟରେ ଗାଡ଼ି ଚଲାଇଥିବାରୁ ଫାଇନ ଗଣିଛନ୍ତି ରାୟଗଡ଼ା ସାଂସଦ ଏନ .ଭାସ୍କର ରାଓ । ସାରା ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ କଡ଼ା କଡ଼ି ହେଉଛି । ରାସ୍ତାରେ ହେଲମେଟ ଯାଞ୍ଚ କରାଯାଇ ଫାଇନ ମଧ୍ୟ ଆଦାୟ କରାଯାଉଛି । ତେବେ ଗତକାଲି ୨୪ ତମ ବିଜେଡି଼ ପ୍ରତିିଷ୍ଠା ଦିବସ ଅବସରରେ ରାୟଗଡ଼ା ବିଜେଡ଼ି ତରଫରୁ ଏକ ବାଇକ ର‌୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ସାଂସଦ ଏନ. ଭାସ୍କର ରାଓ , ଦଳୀୟ କର୍ମୀ ମାନଙ୍କ ଉସାôହ ବଢାଇବା ପାଇଁ ବାଇକ ଚଲାଇଥିଲେ । କିନ୍ତୁ ହେଲମେଟ ପିନ୍ଧି ନଥିବାରୁ ତାଙ୍କ ନାମରେ ୫୦୦ ଟଙ୍କାର ଚାଲାଣ କଟାଯାଇଥିଲ ଓ ବିଭିନ୍ନ ସୋସିଆଲ ମିଡ଼ିଆରେ ସାଂସଦଙ୍କ ଏହି ଫଟୋ ଭାଇରାଲ ହେବା ସହ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ଆଇନ ଆଖିରେ ସବୁ ସମାନ ବୋଲି କହି ନିଜ ଭୁଲ ସ୍ୱୀକାର କରି ଫାଇନ ଭରିଛନ୍ତି ସାଂସଦ ଏନ. ଭାସ୍କର ରାଓ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking