27.1 C
Bhubaneswar
Friday, March 29, 2024
Homeଓଡିଶାବନ୍ଧୁଙ୍କ ନିମନ୍ତ୍ରଣ ରଖି ଦିଲ୍ଲୀରେ ସପରିବାର ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୀରଭଦ୍ର ସିଂ

ବନ୍ଧୁଙ୍କ ନିମନ୍ତ୍ରଣ ରଖି ଦିଲ୍ଲୀରେ ସପରିବାର ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୀରଭଦ୍ର ସିଂ

ନୁଆଦିଲ୍ଲୀ: ଗତ ୪ ତାରିଖରେ ସପରିବାର ରାଷ୍ଟ୍ରପତିଭବନକୁ ଯାଇ ରାମନାଥ କୋବିନ୍ଦଙ୍କୁ ସପରିବାର ଭେଟିଛନ୍ତି ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁବୀରଭଦ୍ର ସିଂ । ଭେଟିବା ପରେ ଉଭୟେ ଉଭୟଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମନଖୋଲା ଆଳାପ କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ବିକାଶ ନେଇ ବି ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ରାଷ୍ଟ୍ରପତିଙ୍କୁ ମୟରୁଭଞ୍ଜ ଆସିବାକୁ ବି ସେ ନିମନ୍ତ୍ରଣ ଦେଇଥିବା କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ । ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ବହୁ ବର୍ଷର ବ୍ୟବଧାନ ପରେ ଭେଟିଥିଲେ ଓ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ ।
ଉକ୍ରଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବ ଚାଲିଥିବା ବେଳେ ଦର୍ଶକଙ୍କ ଗହଣରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂ । ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ସାରି ମଂଚରୁ ବିଦାୟ ନେବାକୁ ସମୟରେ ତାଙ୍କର ନଜର ପଡିଥିଲା ତାଙ୍କର ଏହି ପୁରୁଣା ମିତ୍ରଙ୍କ ଉପରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହି ମାଇକରେ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଅଭ୍ୟର୍ଥନା କକ୍ଷରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking