26.1 C
Bhubaneswar
Friday, March 29, 2024
Homeଓଡିଶାବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଶୋକ ପ୍ରକାଶ

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଶୋକ ପ୍ରକାଶ

ଯାଜପୁରର ବରିଷ୍ଠ ସାମ୍ବାଦିକ ତଥା ଏକାଧାରରେ ସମାଜ ସେବୀ,ମା ଟିଭି ର ପ୍ରତିଷ୍ଠାତା, କଂଗ୍ରେସ ନେତା ସର୍ବୋପରି ମା ବିରଜାଙ୍କର ପ୍ରଚାରକ ତାଙ୍କର ବିୟୋଗରେ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଯାଜପୁର ଜିଲ୍ଲାରେ ଜଣେ ବରିଷ୍ଠ ସାମ୍ବାଦିକ,ସମାଜ ସେବୀ, ସଂସ୍କୃତି ପ୍ରେମୀ, ରାଜନୀତିକ ବେକ୍ତିବିଶେଷଙ୍କୁ ହରାଇଛନ୍ତି ଯାହା ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି।ତାଙ୍କର ଦେହ କିଛି ଦିନ ହେବ ସାମାନ୍ୟ ଅସୁସ୍ଥ ଥିଲା ଆଜି ସକାଳୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କ ଅର୍ପଣ ରାଉତରାୟ ମେଡ଼ିକାଲ ନେଇ ପହଁଚିବା କ୍ଷଣେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ଖବର ଆଖି ପିଛୁଳାକେ ଖେଳିଗଲା। ତାଂକ ବିୟୋଗରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗଭୀର ଶୋକ ବାର୍ତା ଦେଇଛନ୍ତି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟିକା ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ, ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡେ଼ଇ, ବଡ଼ଚଣା ବିଧାୟକ ଅମର ଶତପଥୀ, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତିଭୂଷଣ କର, କାର୍ଯ୍ୟକାରୀ ସଭାପତି ହାରଧନ ବାନାର୍ଜୀ, ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ, ସାଧାରଣ ସମ୍ପାଦକ ରବିନାରାୟଣ କର, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ମିଶ୍ର, ପ୍ରଭୁଉତ୍ତ ମହାନ୍ତି, ଉପସଭାପତି ବାଞ୍ଛାନିଧି ସାହୁ, ପୀତବାସ ଭୁଇଁଆ, ଭରତ ନାୟକ, ଦୀପକ ମହାନ୍ତି, ବିଦ୍ୟାଧର ବେହେରା, ସଞ୍ଜୟ ଖଣ୍ଡାଇ, ରବି ରଣା, ଅକ୍ଷୟ ମହାନ୍ତି, ଦେବୀ ପାଣି, ଯାଜପୁର ପ୍ରେସ କ୍ଲବ ସଭାପତି ରାଜୀବ ମହାନ୍ତି, ସମ୍ପାଦକ ଅରୁଣ ରାଉତରାୟ, ଏସ ଇଉ ଜେ ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ନାୟକ, ଯାଜପୁର ମୁନିସିପାଲିଟି ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଆଲୋକ ବେହେରା, ସନ୍ତୋଷ ମଲ୍ଲିକ, ଅଶୋକ ଦାସ ଫାଉଣ୍ଡେସନ ର ସଭାପତି ସବ୍ୟସାଚୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଦେଓ, ଅଭୟ ପତି, ଓ ୟୁ ଜେ ଯାଜପୁର ଜିଲ୍ଲା ସଭାପତି ସମରଜିତ ମହାନ୍ତି, ପ୍ରେସ ଫୋରମ ସଭାପତି ଅଜୟ ରଣା, ସ୍ମରଜିତ ମହାନ୍ତି, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ଜିଲ୍ଲା ସଭାପତି ମନୋଜ ରାଉତ, ଦୁର୍ଯ୍ୟୋଧନ ବେହେରା, ଅଧ୍ୟାପକ ରଞ୍ଜିତ ସିଂ, ଗ୍ରୀନ ଅକ୍ସଫୋର୍ଡ ମଡେଲ ସ୍କୁଲ ନିର୍ଦେଶକ ସତ୍ୟରଞ୍ଜନ ପତି, ଟୁନିଆ ରାଉତ ଅଜୟ ବେହେରା,ଆଇନିଜିବି ପ୍ରଭାତ ଦାସ, ବିରଜା ମାଙ୍କର ସମସ୍ତ ପୂଜକ ମଣ୍ଡଳୀ ସଭାପତିଙ୍କ ସମେତ ସମସ୍ତ ସଭ୍ୟ ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking