40.1 C
Bhubaneswar
Thursday, April 25, 2024
Homeଓଡିଶାମୃତ ପର୍ବାତରୋହୀ ପରିବାର ଙ୍କ ସଂଗୀନ ଅଭିଯୋଗ

ମୃତ ପର୍ବାତରୋହୀ ପରିବାର ଙ୍କ ସଂଗୀନ ଅଭିଯୋଗ

କଳାହାଣ୍ଡି: ଗୋଟିଏ ପଟେ ଦୁଃସାହାସିକ କ୍ରୀଡାର ପ୍ରୋତ୍ସାହନ ପାଇଁ ସରକାର ଙ୍କ ପ୍ରଚାର ପ୍ରସାର କିନ୍ତୁ କ୍ରୀଡାବିତ ଙ୍କ ସୁରକ୍ଷା ପାଇଁ ସରକାରୀ ନୀତି ର ଅଣଦେଖାର ଶୀକାର ହେଉଛନ୍ତି କ୍ରୀଡାବିତଙ୍କ ପରିବାର । କଳାହାଣ୍ଡି ର ଯୁବ କ୍ରୀଡାବିତ ଲାଲୁ ପ୍ରସାଦ ଭୋଇ ଙ୍କ ପର୍ବାତାରୋହଣ ବେଳେ ଅକାଳ ମୃତ୍ୟୁ ପରେ ବୀମା ଟଙ୍କା କୁ ନେଇ ସାମ୍ନା କୁ ଆସିଛି ସରକାରୀ ନୀତି ର ଦୁର୍ବଳତା ।
୨୦୧୭ ଅକ୍ଟୋବର ୨୧ ତାରିଖ ହିମାଚଂଳ ପ୍ରଦେଶର ମନାଲି ପର୍ବାତରୋହଣ ବେଳେ ଲାଲୁ ଙ୍କ ଅକାଳ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳେ ଲାଲୁ ଙ୍କ ପରିବାରକୁ କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଅନେକ ପ୍ରତିଶ୍ରୃତି ଦେଇଥିଲେ । ହେଲେ ବର୍ତମାନ ଘଟଣାକୁ ୨ବର୍ଷ ହୋଇଯାଇଥିଲେ ମଧ୍ୟ ଲାଲୁଙ୍କ ପରିବାରକୁ ତାଙ୍କ ମୃତ୍ୟୁର ସଠିକ କାରଣ ଜଣାଇଲା ନା ଦିଆଯାଇଥିବା ପ୍ରତିଶ୍ରୃତି ପାଳନ କରାଗଲା । ହେଲେ ବର୍ତମାନ ମା ବାପା ପୁଅକୁ ହରାଇ ସର୍ବହରା । ପରିବାର ରେ ବର୍ତମାନ ଛୋଟ ଛୋଟ ଦୁଇ ଶିଶୁ । ପରିବାର ପାଖରେ ଭରଣପୋଷଣ ର ସମ୍ବଳ ନାହିଁ । ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ତତ୍ୱାବଧାନରେ ୧୫ ଜଣିଆ ଟିମ ଟ୍ରାକିଗଂ ବେଳେ ଲାଲୁ ଙ୍କ ମୃତ୍ୟୁ ହୋଇଥିଲା । ହେଲେ ଦୁଃସାହାସିକ ପର୍ବାତରୋହଣ ରେ ରାଜ୍ୟ ର ଟେକ ରଖିବାକୁ ଜୀବନ ର ବାଜି ଲଗାଇଥିବା ଲାଲୁ ଜୀବନ ହାରି ଦେଲେ ସିନା ତାଙ୍କ ମୃତ୍ୟୁ ପରେ ସରକାର ଏହି ପର୍ବାତାରୋହୀ ଙ୍କୁ ଭୁଲି ଗଲେ । ଏ ନେଇ ଲାଲୁ ଙ୍କ ବାପା ଓ ମା ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଲିଖିତ ଜଣାଇବା ପରେ ବି ଉତର ପାଇ ନାହାନ୍ତି । ଅନ୍ୟପକ୍ଷରେ ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଲାଲୁ ଙ୍କ ମୃତ୍ୟୁ ର କାରଣ ଅକ୍ସିଜନ ର ଅଭାବ ତଥା ପର୍ବାତାରୋହଣ ବେଳେ ରାଜ୍ୟ ସରକାର କରୁଥିବା ବୀମା କେବଳ ଦୁର୍ଘଟଣାଜନିତ କରିଛନ୍ତି । ଅନ୍ୟପକ୍ଷରେ ବୀମା କପାଂନୀ ଏହା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବୀମା ଖାରଜ କରିଛି । ଯାହାର ପୁର୍ନର ବିଚାର ଅବଶ୍ୟକତା ରହିଛି । ଏବଂ ଲାଲୁ ଭୋଇ ପରିବାର ଙ୍କୁ ବୀମା ରାଶୀ ପାଇଁ ଦାବୀ କରିଛନ୍ତି । ଖୋଦ ୫ ଗୋଟି ମହାଦେଶ ଗିରିଶୃଗଂ ବିଜେତା ଯୋଗବ୍ୟାସ ପର୍ବତାରୋହୀ ଙ୍କ ସୁରକ୍ଷା କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ।
ଲାଲୁ ପ୍ରସାଦ ଭୋଇ ଙ୍କ ମୃତ୍ୟୁ ର କାରଣ ପରିବାର ପ୍ରଶ୍ନ ଉଠାଇଥିବା ବେଳେ ରାଜ୍ୟ ସରକାର ପର୍ବାତାରୋହଣ କୁ ପ୍ରୋତ୍ସାହନ ଦେଉଥିବା ବେଳେ କ୍ରୀଡାବିତ ଙ୍କ ସୁରକ୍ଷା ଦାୟିତ୍ୱ ନିଅନ୍ତୁ । ନଚେତ ଯୁବ କ୍ରୀଡାବିତ ଙ୍କ ଅକାଳ ମୃତ୍ୟୁ ପରେ ପରିବାର ହିଁ ସର୍ବସ୍ୱ ହରାଉଛି ହେଲେ ରାଜ୍ୟ ର ଗୌରବ ପାଇଁ ଜୀବନ ଦେଲେ ସୁଦ୍ଦା ସରକାର କେବଳ ଶ୍ରଦ୍ଦାଞଳୀ ଦେଇ ନିରବଦ୍ରଷ୍ଟା ସାଜୁଛନ୍ତି । ଲାଲୁ ଭୋଇ ଙ୍କ କାହାଣୀ ଦୁଃସାହାସିକ କ୍ରୀଡା ରେ ରାଜ୍ୟ ଯୁବ କ୍ରୀଡାବିତ ଙ୍କ ସୁରକ୍ଷା କୁ ନେଇ ଅନେକ ପ୍ରଶ୍ନ ଛିଡା କରେ ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking