30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏଭରେଷ୍ଟ୍‌ରେ ସ୍ଥାପନ ହେଲା ବିଶ୍ୱର ଉଚ୍ଚତମ ପାଣିପାଗ କେନ୍ଦ୍ର

ଏଭରେଷ୍ଟ୍‌ରେ ସ୍ଥାପନ ହେଲା ବିଶ୍ୱର ଉଚ୍ଚତମ ପାଣିପାଗ କେନ୍ଦ୍ର

କାଠମାଣ୍ଡୁ: ନେପାଳର ନ୍ୟାସ୍‌ନାଲ୍ ଜିଓଗ୍ରାଫିକ୍ ସୋସାଇଟିର ଏକ ଟିମ୍ ଏଭରେଷ୍ଟ୍ ଉପରେ ବିଶ୍ୱର ଉଚ୍ଚତମ ପାଣିପାଗ କେନ୍ଦ୍ର ସ୍ଥାପନ କରିଛନ୍ତି । ୮,୮୩୦ ମିଟର ଉଚ୍ଚରେ ସ୍ଥାପିତ ଏହି ପାଣିପାଗ କେନ୍ଦ୍ର ବିଭିନ୍ନ ମୌସମ ସମ୍ବନ୍ଧୀୟ ଘଟଣାକୁ ସ୍ୱୟଂକ୍ରିୟ ଭାବେ ଅନୁଧ୍ୟାନ କରିବ ବୋଲି ଗୁରୁବାର ନେପାଳୀ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ନେପାଳର ଡିପାର୍ଟମେଣ୍ଟ୍ ଅଫ୍ ହାଇଡ୍ରୋଲଜି ଆଣ୍ଡ୍ ମେଟେରୋଲଜି (ଡିଏଚ୍‌ଏମ୍‌) କହିଛି ଏଭରେଷ୍ଟ୍ ଶୃଙ୍ଗର ଶେଷ ପଏଣ୍ଟଠାରୁ କିଛି ମିଟର ତଳେ ଗତ ସପ୍ତାହରେ ଏହି ସ୍ୱୟଂକ୍ରିୟ ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଛି । ସୌରଶକ୍ତି ଦ୍ୱାରା ପରିଚାଳିତ ଏହି ପାଣିପାଗ ମନିଟରିଂ ପ୍ରଣାଳୀ ବାୟୁ ତାପମାତ୍ରା, ବାୟୁର ଗତି ଓ ଦିଗ, ବାୟୁଚାପ, ବରଫ ପୃଷ୍ଠର ଉଚ୍ଚତାରେ ପରିବର୍ତ୍ତନ ଏବଂ ତରଙ୍ଗ ରେଡିଏସନ୍ ପରି ବିଭିନ୍ନ ମୌସମ ସମ୍ବନ୍ଧୀୟ ଘଟଣାକୁ ମାପିବାରେ ସହାୟକ ହେବ । ଆମେରିକାର ଆପାଲାଚିଆନ୍ ଷ୍ଟେଟ୍ ୟୁନିଭର୍ସିଟିର ପାଣିପାଗ ବିଜ୍ଞାନୀ ବେକର ପେରୀଙ୍କ ନେତୃତ୍ୱରେ କେତେକ ପର୍ବତାରୋହୀ ଓ ବୈଜ୍ଞାନିକଙ୍କ ନାଟ୍‌ଜିଓ ଟିମ୍ ଏହି ଉଚ୍ଚତମ ପାଣିପାଗ କେନ୍ଦ୍ର ସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking