30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମୋଟୋ ଜି୭୧ ୫ଜି ସ୍ମାର୍ଟଫୋନ ଭାରତରେ ଲଞ୍ଚ

ମୋଟୋ ଜି୭୧ ୫ଜି ସ୍ମାର୍ଟଫୋନ ଭାରତରେ ଲଞ୍ଚ

ନୂଆଦିଲ୍ଲୀ: ମୋଟୋରୋଲା କମ୍ପାନୀ ଆଜି ଭାରତୀୟ ମାର୍କେଟରେ ମୋଟୋ ଜି୭୧ ୫ଜି ସ୍ମାର୍ଟଫୋନ ଲଂଚ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି । ଏହି ମୋଟୋ ଜି ଲାଇନଅପର ତୃତୀୟ ମଡେଲ । ଏହାପୂର୍ବରୁ ଏହି ସିରିଜରେ ମୋଟୋ ଜି୫୧ ଓ ମୋଟୋ ଜି୩୧ ଫୋନ ଲଂଚ କରାଯାଇଥିଲା । ଏହି ଫୋନର ବିକ୍ରି ଫ୍ଲିପକାର୍ଟରେ ଆୟୋଜିତ କରାଯିବ । ଗୋଟିଏ ଭାରିଏଣ୍ଟରେ ଏହାକୁ ଲଂଚ କରାଯାଇଛି । ୮ ଜିବି ରାମ ଓ ୧୨୮ ଜିବି  ଷ୍ଟୋରେଜ ସହିତ ଏହା ଆସିପାରେ । ୟୁରୋପରେ ଏହି ଫୋନର ଦାମ ୨୫୨୦୦ ରହିଛି । ତେବେ ଭାରତରେ ୨୦ ହଜାରରୁ ଆରମ୍ଭ କରି ୨୫ ହଜାର ଟଙ୍କା ଭିତରେ ଲଂଚ କରାଯାଇପାରେ ।
ମୋଟୋ ଜି୭୧ ୫ଜି ସ୍ମାର୍ଟଫୋନ ଆଣ୍ଡ୍ରଏଡ୧୧ରେ କାମ କରେ । ଏଥିରେ ୬.୪ ଇଂଚର ଫୁଲ ଏଚଡି ପ୍ଲସ ଏଏଲଇଡି ଡିସପ୍ଲେ ଦିଆଯାଇଛି । ରିଫ୍ରେଶ ରେଟ ଏହାର ୬୦ ହର୍ଜ ରହିଛି । ସେହିଭଳି ଏହାର ପିକ୍ସଲ ଡେନସିଟି ୪୦୯ପିପିଆଇ ରହିଛି । ଏହି ଫୋନ କ୍ୱାଲକମ ସ୍ନାପଡ୍ରାଗନ ୬୯୫ ଏସଓସିରେ ଲାସ ରହିଛି । ଏଥିରେ ୮ ଜିବି ରାମ ଓ ୧୨୮ ଜିବି ର  ଷ୍ଟୋରେଜ ଦିଆଯାଇଛି । ତେବେ ଏହାର ଷ୍ଟୋରେଜକୁ ମାଇକ୍ରୋଏସଡି କାର୍ଡ ଦ୍ୱାରା ବୃଦ୍ଧି କରାଯାଇପାରିବ । ଏହାସହ ଏଥିରେ ଫିଙ୍ଗରପ୍ରିଣ୍ଟ ସେନ୍ସର ବି ଦିଆଯାଇଛି । ଟର୍ବୋ ପାୱାର ୩୦ ଫାଷ୍ଟ ଚାର୍ଜିଂ ସହିତ ୫ ହଜାର ଏମଏଏଚ ର ବ୍ୟାଟେରୀ ଦିଆଯାଇଛି ।
ଏହାକୁ ବାଦ ଦେଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା, ୫୦ ମେଗାପିକ୍ସଲର ପ୍ରାଇମେରୀ ସେନ୍ସର, ଦ୍ୱିତୀୟ ୮ ମେଗାପିକ୍ସଲର ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ ରହିଛି । ସେହିଭଳି ତୃତୀୟ ୨ ମେଗାପିକ୍ସଲଲେ ମାକ୍ରୋ ଲେନ୍ସ ରହିଛି । ସେଲଫି ପାଇଁ ମୋଟୋ ଜି୭୧ ୫ଜିରେ ୧୬ ମେଗାପିକ୍ସଲର ସେନ୍ସର ରହିଛି । କନେକ୍ଟିଭିଟି ପାଇଁ ଏଥିରେ ୫ଜି, ୪ଜି ଏଲଟିଇ, ୱାଇ ଫାଇ ୮୦୨.୧୧ ଏସି, ବ୍ଲୁଟୁଥ ବି୫.୦, ଜିପିଏସ, ୟୁଏସବି ଟାଇପ ସି ଓ ୩.୫ ଏମଏମ ହେଡଫୋନ ଜ୍ୟାକ ଭଳି ଫିଚର୍ସ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking