28.1 C
Bhubaneswar
Friday, March 29, 2024
Homeଓଡିଶାମାର୍ଚ୍ଚ ୧ରୁ ନିସ୍ତାର ନାହିଁ

ମାର୍ଚ୍ଚ ୧ରୁ ନିସ୍ତାର ନାହିଁ

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ମୋଟର ଯାନ ଆଇନ କଡାକଡି କରାଯିବ । ଆଇନ ଖିଲାପକାରୀଙ୍କୁ ଏବେ ଆଉ ନିସ୍ତାର ମିଳିବ ନାହିଁ । ସେପଟେ ୬ମାସର କଣ୍ଟ ପୂରିଲା । ଏଥର ଯାଞ୍ଚ କଡାକଡି ହେବ । ୭୦ ପ୍ରତିଶତ ପୋଲିସ କର୍ମଚାରୀ ଗାଡି ମୋଟର ଯାଞ୍ଚ କରିବେ । ନୂଆ ମୋଟରଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଅଧିକାଂଶ ଲୋକ କାଗଜପତ୍ର ଠିକ କରିସାରିଲେଣି । ଆଉ ଭିଡ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ତେବେ ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ୍ ଦେବାକୁ ପଡିବ । ସେହିଭଳି ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୩ଶହ ଓ ତୃତୀୟ ଥର ଧରାପଡ଼ିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ । ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । କାରର ସିଟ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡ଼ିବ ।
https://onakhabar.com/2020/02/27/beer-company-firing/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking