32.1 C
Bhubaneswar
Thursday, March 28, 2024
Homeଓଡିଶାନୂଆ ମୋଟରଯାନ ଆଇନ୍‌କୁ ୬ ମାସ କୋହଳ କରାଯାଉ, ଆର୍ଥିକ ଦଣ୍ଡ ସର୍ବାଧିକ ୧ ହଜାର...

ନୂଆ ମୋଟରଯାନ ଆଇନ୍‌କୁ ୬ ମାସ କୋହଳ କରାଯାଉ, ଆର୍ଥିକ ଦଣ୍ଡ ସର୍ବାଧିକ ୧ ହଜାର ଟଙ୍କା ମଧ୍ୟରେ ସୀମିତ ରଖାଯାଉ – ଯୁବ କଂଗ୍ରେସ

ଭୁବନେଶ୍ୱର  – ସମଗ୍ର ରାଜ୍ୟରେ ବର୍ତମାନ ପରିସ୍ଥିତିରେ ଟ୍ରାଫିକ୍ ନିୟମ ଏବଂ ଜୋରିମାନାକୁ
ନେଇ ବାଦବିବାଦ ଚାଲିଥିବା ସମୟରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି ନୂତନ
ଟ୍ରାଫିକ୍ ନିୟମକୁ ଲାଗୁ କରାଯାଇଥିବାରୁ ସ୍ୱାଗତ କରିବା ସହିତ ମାତ୍ରାଧିକ ଜୋରିମାନାକୁ ବିରୋଧ କରିଛନ୍ତି ।
ନୂଆ ନିୟମ ଅନୁଯାୟୀ ବିନା ହେଲମେଟ୍‌, ବିନା ଲାଇସେନନ୍ସ, ସିଟବେଲ୍ଟ ନଲଗେଇବା, ଷ୍ଟଣ୍ଟ ଡ୍ରାଇଭିଂ,
ଭୂଲ ରାସ୍ତାରେ ଯିବା, ମଦ ପିଇ ଗାଡ଼ିଚଲେଇବା, ରେଡ ଲାଇଟ୍‌କୁ ନମାନି ଗାଡ଼ି ଚଲାଇବା ଆଦି ନିୟମକୁ
କଡ଼ାକଡ଼ି ଭାବେ ପାଳନ କରାଯାଉ । କିନ୍ତୁ ବର୍ତମାନ ସମୟରେ ଯେହେତୁ ପରୀକ୍ଷା ଚାଲୁଅଛି ଏବଂ
ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିର୍ଭର କରୁଅଛି ସେଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସଂଗରେ ନେଇ ଯାଉଥିବା
ଅଭିଭାବକମାନଙ୍କ କ୍ଷେତ୍ରରେ ବର୍ତମାନ ପାଇଁ ଜରିମାନାମୁକ୍ତ କରାଯାଉ । ଓଡିଶା ଏକ ଗରିବ ରାଜ୍ୟ ।
ରାଜ୍ୟବାସୀମାନଙ୍କର ଆର୍ଥିକ ମାନଦଣ୍ଡ ସ୍ୱଚ୍ଛଳ ନୁହେଁ । ଏ କ୍ଷେତ୍ରରେ ମାତ୍ରାଧିକ ଅର୍ଥ ଜୁଲମ କରି ଆଦାୟ
କରିବା ଅତ୍ୟନ୍ତ ନିନ୍ଦନୀୟ । ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ବିଶେଷକଙ୍କୁ ପ୍ରାଥମିକ ଭାବେ ୧୦୦୦ ଟଙ୍କା
ଜରିମାନା କରିବାକୁ ଶ୍ରୀ ମହାରଥି ଅନୁରୋଧ କରିଛନ୍ତି । ଭିତିଭୂମି ଅଭାବରୁ ବହୁ ଆବେଦନକାରୀଙ୍କର
କାଗଜପତ୍ର ଫଇସଲା ହୋଇପାରି ନଥିବାରୁ ସେମାନେ ଅପେକ୍ଷା କରିଛନ୍ତି । ତେଣୁ ରାଜ୍ୟ ସରକାର ଆଉ ୬
ମାସ ସମୟ ବଢାଇବାକୁ ଶ୍ରୀ ମହାରଥି ଦାବି କରିଛନ୍ତି । ବିଭିନ୍ନ ପୋଲିସ୍ ତଥା ଟ୍ରାଫିକ୍ ଅଧିକାରୀମାନେ
ଯେପରି ନିଜର ବ୍ୟବହାରରେ ସଂଯମତା ରକ୍ଷା କରିବେ ସେଥିପ୍ରତି ଉଚ୍ଚ କତୃପକ୍ଷ ଧ୍ୟାନ ଦେବା ପାଇଁ ଦାବି
କରିବା ସହିତ ଖରାପ ବ୍ୟବହାର କରୁଥିବା ଅଧିକାରୀମାନଙ୍କ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ
ସଡ଼କ ପରିବହନ ମନ୍ତ୍ରୀ ଏବଂ ସଚିବଙ୍କୁ ସେ ଅନୁରୋଧ କରିଛନ୍ତି । ସଡ଼କ ପରିବହନ ବିଭାଗ ତରଫରୁ ବିଭିନ୍ନ
ଜିଲ୍ଲାର ଆରଟିଓମାନେ ଯେଭଳି ଗୋଟିଏ ଦିନରେ ଲାଇସେନ୍ସ ପ୍ରଦାନ କରିପାରିବେ, ସେ ସଂପର୍କରେ ବିହୀତ
ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେବାକୁ ସେ ଦାବୀ ଜଣାଇଛନ୍ତି । ସେହିପରି ଗାଡି ପାର୍କିଂ ପାଇଁ ପର୍ଯ୍ୟାପ୍ତ
ସ୍ଥାନର ବ୍ୟବସ୍ଥା ହେଉ । ଉପରୋକ୍ତ ସମସ୍ୟା ସଂପର୍କରେ ଯୁବ କଂଗ୍ରେସ ପକ୍ଷରୁ ସଡକ ପରିବହନ ମନ୍ତ୍ରୀଙ୍କୁ
ଏକ ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରାଯିବ ଓ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ
କରାଯିବ ବୋଲି ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଥି ପ୍ରକାଶ କରିଥିଲେ । ସମସ୍ୟାର ସମାଧାନ
ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ
କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ମହାରଥି ଚେତାବନୀ
ଦେଇଥିଲେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ରଂଜିତ୍‌
ପାତ୍ର, ଦେବାଶିଷ ମହାପାତ୍ର, ସଂକୁନା କହଁର, ସ୍ୱାଗତ କର, ବିଶ୍ୱଜିତ୍ ଦାସ, ଶ୍ରୀଜିତ୍ ମହାପାତ୍ର,
ନଳିନୀକାନ୍ତ ନାୟକ, ବିରଂଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking