37.1 C
Bhubaneswar
Thursday, March 28, 2024
Homeଅପରାଧମା’ଙ୍କୁ ଅସଂଯତ ଅବସ୍ଥାରେ ଥିବା ଦେଖିବା ପରେ ପୁଅ ବି କଲା ଏପରି କାମ...

ମା’ଙ୍କୁ ଅସଂଯତ ଅବସ୍ଥାରେ ଥିବା ଦେଖିବା ପରେ ପୁଅ ବି କଲା ଏପରି କାମ…

ତେଲେଙ୍ଗାନା : ଦିନକୁ ଦିନ ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ତ କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ହୋଇଥାଏ । ତେବେ ଏଭଳି ଏକ ଘଟଣା ତେଲେଙ୍ଗାନାର ନାଲଗୋନ୍ଦା ଅଞ୍ଚଳରେ ହୋଇଥିବା ଜଣାପଡିଛି । କେବେ ପରକୀୟା ପ୍ରୀତି ଯୋଗୁଁ ସମ୍ପର୍କ ବଳି ପଡୁଛି ତ କେବେ ଜଣେ ଅନ୍ୟ ଜଣକୁ ହରାଉଥିବା ଜଣାପଡିଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମଳିଛି ତେଲେଙ୍ଗାନାରେ । ଯେଉଁଠି ପରକୀୟା ପ୍ରୀତିରେ ଜଣେ ମାଆ ଅନ୍ଧ ହୋଇ ନିଜ ହାତରେ ପାଳି ପୋଶି ବଡ କରିଥିବା ପୁଅଟିକୁ ହତ୍ୟା କରିଦେଇଛି । ତେବେ ମାଆ ନିଜର ପରକୀୟା ପ୍ରୀତିକୁ ଲୁଚାଇ ରଖିବା ପାଇଁ ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ମହିଳା ଜଣକ ଗତ ଏକ ବର୍ଷ ହେବ ପରକୀୟା ପ୍ରୀତିରେ ଲିପ୍ତ ଅଛନ୍ତି । କିଛି ଦିନ ତଳେ ଏ ସଂପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାପଡ଼ିବା ପରେ ମହିଳାଙ୍କ ସ୍ବାମୀ ଏପରି ଏକ ସଂପର୍କକୁ ଶେଷ କରିବାକୁ ମହିଳାଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ମହିଳା ଜଣକ ସ୍ୱାମୀଙ୍କ କଥାକୁ ଖାତିର ନକରି ସେ ସେହି କାର୍ଯ୍ୟରେ ଲିପ୍ତ ଥିଲେ । ଦିନେ ମହିଳାଙ୍କ ୯ ବର୍ଷୀୟ ପୁଅ ତାଙ୍କୁ ୬୦ ବର୍ଷୀୟ ତାଙ୍କ ପ୍ରେମିକଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବା ପରେ ନିଜ ବାପାଙ୍କୁ କହିଦେବାକୁ ଧମକ ଦେଇଥିବାରୁ ମହିଳା ଜଣକ ପିଲାଟିର ହତ୍ୟା କରିଥିବା ଜାଣିବାକୁ ମିଳିଛି ।
ଭିଯୁକ୍ତା ମହିଳା ଓ ତାଙ୍କ ପ୍ରେମିକ ମିଶି ୯ ବର୍ଷୀୟ ଶିଶୁର ହତ୍ୟା କରିଛନ୍ତି । ମହିଳାଙ୍କୁ ଶନିବାର ପୁଲିସ୍ ହେପାଜତରେ ରଖା ଯାଇଥିଲା । ପଚରାଉଚରା ସମୟରେ ସେ ନିଜ ପୁଅକୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ବୀକାର କରିଛନ୍ତି । ପ୍ରଥମରୁ ମହିଳା ଜଣକ ଦୋଷ ସ୍ବୀକାର ନକରି ତାଙ୍କ ପୁଅର ମୃତ୍ୟୁ କେମିତି ହୋଇଛି, ସେ ଜାଣି ନାହାନ୍ତି ବୋଲି ପୁଲିସକୁ କହିଥିଲେ । ପରେ ପୁଲିସ୍ ବାରମ୍ବାର ଚାପ ପକାଇବାରୁ ନିଜେ କରିଥିବା ଅପରାଧକୁ ପୁଲିସ୍ ସାମ୍ନାରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ମହିଳା ଜଣକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking