26.1 C
Bhubaneswar
Friday, March 29, 2024
Homeଓଡିଶାଦାଦନ ଦୁଃଖ : ପିଲାକୁ ଛାଡ଼ି ପଳାଇଲା ମା’

ଦାଦନ ଦୁଃଖ : ପିଲାକୁ ଛାଡ଼ି ପଳାଇଲା ମା’

ରାଉରକେଲା : କରୋନା କରୁଣ ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଘରେ ପହଞ୍ôଚବାକୁ ପିଲାଛୁଆଙ୍କୁ ଧରି ଭୋକ ଉପାସରେ କିଏ ଶହ ଶହ କି.ମି ଚାଲୁଛି ତ ପୁଣି କିଏ ଚାଲି ଚାଲି ବାଟରେ ଜୀବନ ହାରୁଛି । ଆଉ କିଏ ଆଖି ପାଉ ନଥିବା ରାସ୍ତାରେ ନିଜ କୁନି ପିଲାଙ୍କୁ ସୁଟ୍‌କେସ୍ ଉପରେ ଶୁଆଇ ଦେଇ ରାସ୍ତାରେ ଟାଣି ଟାଣି ଆଗକୁ ବଢ଼ୁଛି ।
ଝାଡ଼ଖଣ୍ଡ ଛତିଶଗଡ଼ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଜଣେ ମା’ ଶିଶୁ ପୁତ୍ରକୁ ଜନ୍ମ ଦେଇ ଭୋକର ଜ୍ୱଳା ଓ ସାଥିଙ୍କୁ ନଛାଡ଼ି ଶିଶୁକୁ ପୁତ୍ରକୁ ଛାଡ଼ି ଚାଲି ଯାଇଛନ୍ତି । ସାଥିରେ ଆସିଥିବା ଶ୍ରମିକମାନେ ମଧ୍ୟ ମନାକରିଥିଲେ ସାଥିରେ ଶିଶୁ ନଆଣିବା ପାଇଁ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ଚିକଟମାଟି ସାନ ନୂଆଗାଁ’ ବ୍ରାହ୍ମଣୀ ଥାନା ନିକଟରେ । ଏହାପରେ ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରି ଚାଇଲ୍‌ଡ ହେଲ୍‌ପଲାଇନକୁ ସୂଚନା ଦେଇ ଥିଲେ। ଚାଇଲଡଲାଇନ ଟିମ ଗାଁରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଏହାପରେ ଅଧିକାରୀମାନେ ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଇଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁଟିକୁ ବିଶ୍ରା ଚାଇଲଡ ଲାଇନରେ ରଖାଯାଇଛି । ତେବେ ଏକ ତଥା କଥିତ ସଭ୍ୟ ସମାଜରେ ଏକ ମା କେଉଁ ପରିସ୍ଥିତିରେ ନିଜ ଜନ୍ମ କଲା ଶିଶୁପୁତ୍ରକୁ ଏପରି ଛାଡିବା ପାଇଁ ବାଧ୍ୟ ହେଲେ ତାହା ଆଲୋଚନା ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking