43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଚଳନ୍ତା ଟ୍ରେନରୁ ଦୁଇ ପିଲାଙ୍କୁ ଫୋପାଡି ନିଜେ ଡେଇଁପଡିଲା ମା, ଦେଖନ୍ତୁ ଭିଡିଓ....

ଚଳନ୍ତା ଟ୍ରେନରୁ ଦୁଇ ପିଲାଙ୍କୁ ଫୋପାଡି ନିଜେ ଡେଇଁପଡିଲା ମା, ଦେଖନ୍ତୁ ଭିଡିଓ….

ଭୋପାଳ : ମଧ୍ୟପ୍ରଦେଶର ଉଜ୍ଜେନ ଷ୍ଟେସନରେ ଏପରି ଦୁର୍ଘଟଣା ଘଟିଥିଲା, ଯାହା ଆପଣଙ୍କ ଛାତି ଥରାଇଦେବ । ଏହି ଘଟଣାରେ ଦୁଇ ପିଲା ଏବଂ ଜଣେ ମା’ର ଜୀବନ ବାଜି ଲାଗିଯାଇଥିଲା । ଏହି ଷ୍ଟେସନରେ ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ଟ୍ରେନରୁ ତଳକୁ ଫୋପାଡିବା ପରେ ନିଜେ ଡେଇଁ ପଡିଥିଲେ । ଆଉ ମହିଳାଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା । ଷ୍ଟେସନରେ ଉପସ୍ଥିତ ଥିବା କନେଷ୍ଟବଳଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା । ଯାହାର ସିସି ଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ୬.୩୦ରେ ଉଜ୍ଜେନ ଷ୍ଟେସନର ୪ ନଂ ପ୍ଲାଟଫର୍ମରୁ ଜଣେ ମହିଳା ତରତର ହୋଇ ଭୁଲରେ ଅଲଗା ଟ୍ରେନରେ ଚଢିଯାଇଥିଲେ । ଟ୍ରେନ ଷ୍ଟେସନରୁ ଛାଡିବା ପରେ ସେ ଜାଣିବାକୁ ପାଇବା ପରେ ପିଲାଙ୍କୁ ଗୋଟେ ଗୋଟେ କରି ଫୋପାଡିଥିଲେ । ପ୍ରଥମେ ବଡ ପୁଅ ଓ ତା’ ପରେ ଛୋଟ ପୁଅକୁ ଫୋପାଡିଥିଲେ ମହିଳା । ତା’ ପରେ ନିଜେ ଟ୍ରେନରୁ ଡେଇଁ ପଡିଥିଲେ । କିନ୍ତୁ ମହିଳା ଜଣକ ଡେଇଁବା ବେଳେ ଟ୍ରେନ ତଳକୁ ଖସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ ମହେଶ କୁଶୱାହ ମହିଳା ଜଣକୁ ଟ୍ରେନ ତଳୁ ଭିଡି ଆଣିଥିଲେ । ଏହି ଘଟଣା ସଂପୂର୍ଣ୍ଣ ଭାବେ ସିସି ଟିଭିରେ ରେକର୍ଡ ହୋଇଯାଇଥିଲା । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking