28.1 C
Bhubaneswar
Wednesday, April 24, 2024
Homeଅପରାଧସ୍ୱାମୀର କଥା ଶୁଣି ସ୍ତ୍ରୀ ଯାହା କଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସ୍ୱାମୀର କଥା ଶୁଣି ସ୍ତ୍ରୀ ଯାହା କଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ୱାସିମ: ମହାରାଷ୍ଟ୍ରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଅନେକ ସମୟରେ ପାରିବାରିକ କଳହ ହେଉ କିମ୍ବା ଅନ୍ୟ କୌଣସି ଛୋଟ ଛୋଟ କଥାକୁ ନେଇ ନିରୀହ ଛୋଟ ପିଲାମାନେ ବଳି ପଡୁଛନ୍ତି । ତେବେ ଏଭଳି ଏକ ଘଟଣା ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାରେ ହୋଇଥିବା ଦେଖିବାକୁ ମିଳିଛି । ଜଣେ ମା’ ନିଜ ୪ବର୍ଷୀୟା ଶିଶୁକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଅନୁସାରେ, ଅଭିଯୁକ୍ତ ମହିଳା ନିଜର ୩ ଝିଅଙ୍କୁ ଧରି ମତଦାନ କରିବାକୁ ଯାଉଥିଲେ । ରାସ୍ତାରେ ତାଙ୍କ ସ୍ୱାମୀଙ୍କ ସହ ଦେଖାହୋଇଥିଲା । ମହିଳାଙ୍କୁ ରୋଷେଇ କରିଛ କି ନାହିଁ ? ବୋଲି ତାଙ୍କ ସ୍ୱାମୀ ପ୍ରଶ୍ନ କରିଥିଲେ । ମହିଳା ଜଣଙ୍କ ନାଁ କହିବା ପରେ, ଆଗ ରୋଷେଇ କର ପରେ ମତଦାନ କରିବାକୁ ଯିବ ବୋଲି ତାଙ୍କ ସ୍ୱାମୀ କହିଥିଲେ । ମଝି ରାସ୍ତାରେ ସ୍ୱାମୀଙ୍କର ଏଭଳି କଥା ଶୁଣି ଅଭିଯୁକ୍ତ ମହିଳା ରାଗରେ ନିଜ ୪ବର୍ଷୀୟା ଝିଅକୁ ଧରି ଆଗକୁ ବଢ଼ିଥିଲେ । ଏହା ଦେଖି ଅନ୍ୟ ଦୁଇ ଝିଅକୁ ଧରି ଘରକୁ ଫେରିଥିଲେ ମହିଳାଙ୍କ ସ୍ୱାମୀ । କିଛି ବାଟ ଯିବା ପରେ ମହିଳାଜଣଙ୍କ ନିଜ ଶାଢ଼ିକୁ କାଟି ୪ବର୍ଷୀୟା ଝିଅକୁ ଗଛରେ ଝୁଲାଇ ଦେବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ମହିଳା ଜଣଙ୍କୁ ବଞ୍ଚାଇ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ପରେ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking