୮ ମାସର ଶିଶୁ କନ୍ୟାକୁ ଛାଡି ଫେରାର ହେଲା ମାଆ

ବୈପାରିଗୁଡା – ଅନ୍ତ ଫାଡ଼ି ଯିଏ ଦୁନିଆର ଆଲୋକ ଦେଖେଇଥିଲା ସେ ଆଜି ପର କରିଦେଲା ।ଯିଏ ଦଶ ମାସ ଗର୍ଭରେ ଧରି ସାହାରା ଦେଇଥିଲା ସେ ହିଁ ଆଜି ବେସାହାରା କରିଦେଲା ।ଆଠ ମାସର ଶିଶୁକନ୍ୟାକୁ ଛାଡି ଫେରାର ହେଇଗଲା ଜନ୍ମକଲା ମାଆ ।ଶିଶୁକନ୍ୟା ଏବେ ଖୋଜୁଛି ତାର ଜନ୍ମ କଲା ମାଆକୁ ।ହୃଦୟ ଥରି ଉଠିଲାଭଳି ଘଟଣା ଘଟିଛି ବୈପାରିଗୁଡା ଥାନା ଅଞ୍ଚଳରେ ।ଏହି ଘଟଣା ସିନେମା କି ଧାରାବାହିକର କାହାଣୀ ଭଳି ଲାଗିପାରେ କିନ୍ତୁ କାହାଣୀ ନୁହେଁ କଥାଟା ସତ ।ବୈପାରିଗୁଡା ଥାନା ଟିକିରାଗୁଡା ଅଂଚଳରେ ଆଜି ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।ଘଟଣା ଟି ହେଲା ସେପ୍ଟେମ୍ବର ମାସ ୭ତାରିଖ ୨୦୨୦ମସିହାର କଥା କୋଲାର ପଞ୍ଚାୟତର ଟିକିରାଗୁଡା ଗ୍ରାମର ଗୁପ୍ତ ପାଙ୍ଗି (୩୫) ମାଲକାନଗିରି ଶଶୂର ଘର କୁ ଯାଇ ନିଜ ଗାଁ କୁ ଫେରୁଥିବା ସମୟରେ ଟାଙ୍ଗିଣିଗୁଡା ଗାଁ ନିକଟରେ ଏକ ବାଇକ୍ ଯୋଗେ ଦୁର୍ଘଟଣା ଘଟିଥିଲା lଦୁର୍ଘଟଣା ଘଟିବା ପରେ ବୈପାରିଗୁଡା ପୋଲିସ ଖବର ପାଇ ଗୁପ୍ତ ପାଙ୍ଗି ଙ୍କୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଗୁପ୍ତ ପାଙ୍ଗି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜୟପୁର ଉପଖଣ୍ଡିୟ ଡାକ୍ତରଖାନା କୁ ପଠେଇ ଦେଇଥିଲେ ।ଜୟପୁର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପରବର୍ତ୍ତୀ ସମୟରେ ଗୁପ୍ତ ପାଙ୍ଗି ର ପୋଷ୍ଟ୍ ମଟମ ହୋଇଥିଲା ଏବଂ ଘରକୁ ଆଣି ଶବ ଦାହ କରିଥିଲେ ।କଥା ଏତିକିରେ ସରିନଥିଲା ମୃତ ଗୁପ୍ତ ପାଙ୍ଗି ଙ୍କ ପତ୍ନୀ ଶ୍ରୀମତି ପୁନେଇ ପାଙ୍ଗି (୩୨) ଏହା ପୂର୍ବରୁ ୯ ମାସ ର ଗର୍ଭବତୀ ଥିଲେ lସ୍ୱାମୀ ଗୁପ୍ତ ପାଙ୍ଗି ଙ୍କ ମୃତ୍ୟୁ ପରେ ତା୨୨/୦୯/୨୦୨୦ ରିଖ ଦିନ ଶିଶୁକନ୍ୟା ଟି ଜନ୍ମ ହୋଇଥିଲା କିନ୍ତୁ ଏହି କଅଁଳ ଶିଶୁ କନ୍ୟା ଟି କୁ ପ୍ରାୟ ୧ ମାସ ହେବ ଶିଶୁର ମାଆ ପୁନେଇ ପାଙ୍ଗି କୌଣସି କାରଣ ରୁ ଶିଶୁକନ୍ୟାଟିକୁ ଛାଡ଼ି ନିଜ ବାପା ମା ପାଖ କୁ ଚାଲିଯାଇଛି lବର୍ତ୍ତମାନ ଗୁପ୍ତ ପାଙ୍ଗି ର ଭଉଣୀ ସୁନ୍ଦରୀ ପାଙ୍ଗି (୨୨) ଶିଶୁକନ୍ୟା ର ଲାଳନପାଳନ ଦାୟୀତ୍ୱ ନେଉଥିବା ଦେଖିବାକୁ ମିଳିଛି ।ଏ ସବୁ ସମସ୍ୟା କୁ ଦୃଷ୍ଟିରେ ରଖି ସରକାର ଙ୍କୁ ନିବେଦନ କରାଯାଇଛି ଶିଶୁ ର କିଛି ସାହାଯ୍ୟ ସହାୟତା ପାଇଁ ସାଧାରଣ ରେ ଦାବି ହେଉଛି ।ଶିଶୁକନ୍ୟାଟିକୁ ମୃତ ଗୁପ୍ତ ପାଙ୍ଗି ଙ୍କ ଭଉଣୀ ଲାଳନପାଳନ କରି ନିଜ କୋଳରେ ଧରି ଖେଳାଉଥିବା ଦୃଶ୍ୟ ବି ଆମେ ଦେଖିଥିଲୁ ।ନିଜ ମାଆ ଯୋଉଠି ଛାଡି ଚାଲିଗଲା ସେଠି ଆଉ ଜଣେ ମାଆ କିଛି ସମୟ ପାଇଁ ହଉ ପଛେ କୋଳେଇ ନେଇ ଖାଇବାକୁ ଦେଲା ।ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ସେହି ମହିଳା ଜଣକ କିଏ ଏବଂ ସେ ନିଜ ୮ ମାସର ଶିଶୁ କନ୍ୟାକୁ ଛାଡି କୁଆଡେ ଗଲେ ? ତେବେ ଦୁନିଆ ଦେଖି ନ ଥିବା ଏହି ଶିଶୁ କନ୍ୟାକୁ କେବେ ମିଳିବ ମାଆ କୋଳ ? କିଏ ହେବ ତା ସାହା ଭରସା ??

ରିପୋର୍ଟ – ବନଲତା ଲେଙ୍କା ।

 

LEAVE A REPLY

Please enter your comment!
Please enter your name here