35.1 C
Bhubaneswar
Tuesday, April 23, 2024
Homeଅପରାଧମାଂସ ପାଇଁ ଝିଅକୁ ହତ୍ୟା କଲା ମା

ମାଂସ ପାଇଁ ଝିଅକୁ ହତ୍ୟା କଲା ମା

ନୂଆଦିଲ୍ଲୀ: ଯେଉଁ ମା’ ନିଜ ପିଲାପାଇଁ ଜୀବନ ଦେଇପାରେ, ସେ କେବେ ବି ପିଲାଙ୍କୁ ହତ୍ୟା କରିପାରିବ କି? କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଛତିଶଗଡ ସୁରଜପୁରରେ ଘଟିଯାଇଛି, ଯାହାକୁ ଆପଣ ସହଜରେ ବିଶ୍ୱାସ କରିବା କଷ୍ଟକର ହୋଇଯିବ । ସେଠାରେ ଜଣେ ମା’ ନିଶା ଅବସ୍ଥାରେ ସାମାନ୍ୟ ମାଂସ ପାଇଁ ନିଜ ଜନ୍ମକଲା ୨ ଝିଅଙ୍କୁ ହତ୍ୟା କରିଛି । ନିଜର ଆବଶ୍ୟକତା ପୂରଣ ନହେବାରୁ ନିଶାରେ ମା ଜଣକ ଏପରି କାଣ୍ଡ ଘଟାଇଛନ୍ତି, ଯାହାକୁ ସେ ଆଉ ପୂରଣ କରିପାରିବେ ନାହିଁ । ଏପରି ଖବର ଶୁଣିବା ପରେ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

ତେବେ ସୁରଜପୁର ଜିଲ୍ଲାର ଟାକର କରମୀ ଟିକ୍ରାରେ କଭିଲାସ ତାଙ୍କ ପତ୍ନୀ ଓ ଦୁଇ ଝିଅ ସହ ରହୁଥିଲେ । ସୋମବାର ଦିନ ସେ ବଜାରରୁ ପନିପରିବା ସହ ଚିକେନ୍ ଆଣିଥିଲେ, ଯାହାକୁ ସନ୍ଧ୍ୟାରେ ସମସ୍ତେ ମିଶି ଖାଇସାରିଥିଲେ । ଝିଅମାନେ ରୁମକୁ ଯାଇ ଶୋଇବା ପରେ କଭିଲାସ ଓ ତାଙ୍କ ପତ୍ନୀ ମଦ ପିଇବା ଆରମ୍ଭ କରିଥିଲେ । ମଦ ପିଇବା ବେଳେ ଅଭିଯୁକ୍ତ ମହିଳା ଚିକେନ୍ ଖୋଜିଥିଲେ । ଏହାପରେ ନିଶାରେ ସେ ଘରେ ଥିବା ୪ଟି କୁକୁଡାକୁ ହତ୍ୟା କରିବା ସହ ଝିଅମାନଙ୍କୁ ରୋଶେଇ କରିବାରେ ସାହାର୍ଯ୍ୟ କରିବାକୁ ଡାକିଥିଲେ । ମାତ୍ର ଝିଅମାନେ ନିଦରେ ଶୋଇପଡିଥିବାରୁ ଉଠିପାରିନଥିଲେ । ଏଥିରେ ରାଗିଯାଇ ମହିଳା ଜଣକ ତାଙ୍କର ୫ ବର୍ଷର ଝିଅ ହିରାମତି ଓ ୪ ବର୍ଷର ଝିଅ ସରସ୍ୱତୀକୁ କୁରାଢିରେ ହତ୍ୟା କରିଥିଲେ । କଭିଲାସଙ୍କ ଅଭିଯୋଗ ପରେ ଅଭିଯୁକ୍ତ ମହିଳା ବା ତାଙ୍କ ପତ୍ନୀଙ୍କୁ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking