34.1 C
Bhubaneswar
Friday, March 29, 2024
Homeଅପରାଧବାପାଙ୍କ ମୃତ୍ୟୁପରେ ମା’ କରିନେଲା ଦ୍ବିତୀୟ ବିବାହ ତାପରେ ଝିଅ ସହ ହେଲା କିଛି ଏପରି...

ବାପାଙ୍କ ମୃତ୍ୟୁପରେ ମା’ କରିନେଲା ଦ୍ବିତୀୟ ବିବାହ ତାପରେ ଝିଅ ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ଗୌହାଟି: ଆସାମର ଗୌହାଟିରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ରହିଛି ନାବାଳିକାର ନଜିର  ଦୁଇଜଣ ଦାଦା, ତାଙ୍କ ଭିତରେ ଜଣେ ଦାଦା ଆସାମ ପୋଲିସର  କନଷ୍ଟେବଳ ଅଛନ୍ତି। ସେତେବେଳେ ଏହି ମାମଲା ସମ୍ପର୍କରେ ଜଣାପଡିଥିଲା ଯେଉଁ ସମୟରେ ନାବାଳିକା ଜଣକ ନିଜ ସ୍କୁଲ ଶିକ୍ଷୟତ୍ରୀଙ୍କୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କହିଥିଲେ। ଗୌହାଟି ପୋଲିସର ଆସିଷ୍ଟାଣ୍ଟ କମିଶନର ଅରୁଣିମା ଭୁୟାନ କହିଛନ୍ତି, ଆମେ ଅଭିଯୋଗ ଆସିବା ପରେ ମାମଲାରେ ପୋଲିସ କନଷ୍ଟେବଳ ସହିତ ଦୁଇ ଜଣଙ୍କୁ ଗିରଫ କରିଛୁ। ଦୁହେଁ ଝିଅଟିର ନିଜ ଦାଦା ଓ ତାଙ୍କ ଉପରେ ପୋକ୍ସୋ ଆକ୍ଟ ଅନୁସାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।

ଭୁୟାନଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ଗୌହାଟିର ଜଣେ ସାମ୍ବାଦିକ ଗୌତମ ଶର୍ମା ମହିଳା ଥାନା ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା। ଝିଅଟି ତାଙ୍କ ସ୍କୁଲର ଶିକ୍ଷୟତ୍ରୀଙ୍କୁ ଏସବୁ କଥା କହିବା ପରେ ସତ ପଦକୁ ଆସିଥିଲା। ଝିଅଟିକୁ ତା’ର ଦୁଇଜଣ ଦାଦା ବର୍ଷ ବର୍ଷ ଧରି ଦୁଷ୍କର୍ମ କରୁଥିଲେ। ପ୍ରଥମେ ତାଙ୍କୁ ତାଙ୍କର ପିଉସା ଦୁଷ୍କର୍ମ କରିଥିଲେ ଆଉ ଏହାପରେ ଦୁଇ ଦାଦା ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ମିଳିଥିବା ଖବର ଅନୁସାରେ, ଝିଅଟିର ବାପା ମରିଯିବା ପରେ ସେ କିଛି ସମୟ ତା’ର ମା’ଙ୍କ ସହିତ ରହିଥିଲା। କିନ୍ତୁ ତା’ର ମା’ ଦ୍ବିତୀୟ ବିବାହ କରିବା କାରଣରୁ ସେ ତା ପିଉସୀଙ୍କ ଘରେ ରହୁଥିଲା। ତେବେ ସେଠାରେ ନାବାଳିକାଙ୍କୁ ତାଙ୍କର ପିଉସା ଦୁଷ୍କର୍ମ କରିଥିଲା।ଏହି ଘଟଣା ଜଣାପଡିବା ପରେ ଝିଅଟିର ପିଉସୀ ଏବଂ ପିଉସାଙ୍କ ଭିତରେ ଝଗଡା ହେବା କାରଣରୁ ସେମାନେ ଅଲଗା ହୋଇଯାଇଥିଲେ। ଏହାପରେ ଝିଅଟିକୁ ଆସାମ ପୋଲିସରେ କନଷ୍ଟେବଳ ଥିବା ଦାଦା ତାଙ୍କ ସହ ଗୌହାଟିକୁ ନିଜ ଘରକୁ ନେଇ ଆସିଥିଲା। ତେବେ ସେ ମଧ୍ୟ ଝିଅଟିକୁ ଛାଡିନଥିଲା। ନିଜ ଝିଆରିକୁ ଲଗାତାର ଭାବରେ ଦୁଷ୍କର୍ମ କରିଆସୁଥିଲା। କେବଳ ଏତିକିରେ ଝିଅଟିର କଷ୍ଟ ସରିନଥିଲା, ଝିଅଟିର ଆଉ ଏକ ଦାଦା ମଧ୍ୟ ତାକୁ ଦୁଷ୍କର୍ମ କରିଥିଲା। ଝିଅଟିକୁ ଯେତେବେଳେ ୮ ବର୍ଷ ହୋଇଥିଲା ସେବେଠାରୁ ତାକୁ ଲଗାତାର ଭାବରେ ଦୁଷ୍କର୍ମ କରାଯାଉଛି। ଏବେ କୋର୍ଟଙ୍କ ନିର୍ଦେଶ ପରେ ଝିଅଟିକୁ ଏକ ଏନଜିଓର ତତ୍ତ୍ବାବଧାନରେ ସୁରକ୍ଷାଗୃହକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking