ମୁମ୍ବାଇ : ଗତ ବୁଧବାର ଦିନ ନୋଏଡ଼ାରେ ଜଣେ ମା’ ତାଙ୍କ ଦୁଇ ଝିଅଙ୍କୁ ଧରି ୪ ମହଲା ଛାତକୁ ଯାଇଥିଲେ । ପରେ ମା’ ଝିଅ ଦୁଇଜଣଙ୍କୁ ଧରି ଛାତରୁ ତଳକୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ଜଣେ ଝିଅର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣେ ଝିଅ ଓ ମା’ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ, ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମହିଳ ଜଣକ ଏପରି ଘଟଣା କରିବାର କାରଣ ପାରିବାରିକ କଳହ ନା ଆଉ କିଛି ତାହା ଜଣାପଡିନାହିଁ ।