28.1 C
Bhubaneswar
Thursday, March 28, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି : ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ

ପାରିବାରିକ କଳହର କରୁଣ ପରିଣତି : ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି । ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅରଖପୁର ପଞ୍ଚାୟତ ହରିଚନ୍ଦନପୁର ଗ୍ରାମରେ । ମୃତକ ହେଲେ ଶାନ୍ତିଲତା ଦାସ । ଦୀର୍ଘଦିନ ଧରି ଶାଶୂ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଶନିବାର ଶାଶୂ ଓ ବୋହୂଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ଶାଶୂ ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ବଡଚଣା ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଶାନ୍ତିଲତାଙ୍କ ଭାଇ ସୁବାସ ଚନ୍ଦ୍ର ପରିଡା ବଡଚଣା ଥାନାରେ ଅଭିଯୋଗ କରିଛନ୍ତି । ସୁବାସ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭଉଣୀଙ୍କ ମୃତ୍ୟୁ ସକାଳେ ହୋଇଥିବା ବେଳେ ତାଙ୍କୁ ରାତି ୧୦ ଟାରେ ଜଣାଯାଇଥିଲା ଯେ ତାଙ୍କ ଭଉଣୀକୁ ମେଡିକାଲ ପଠାଯାଇଛି । ମାତ୍ର ତାଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ସମ୍ପର୍କରେ କିଛି ଜଣାଯାଇନଥିଲା । ଅଭିଯୋଗ ପରେ ବଡଚଣା ପୋଲିସ ଶବକୁ ଜବତ କରି ବଡଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଶାଶୂକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking