40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗ୍ରାମ ଦେବୀଙ୍କୁ ଭୟ, ଛୁଆ ପରେ ମା’ର ମୃତ୍ୟୁ

ଗ୍ରାମ ଦେବୀଙ୍କୁ ଭୟ, ଛୁଆ ପରେ ମା’ର ମୃତ୍ୟୁ

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ  ସିନ୍ଧେକେଲା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମରେ ଦୁଲମଣୀ ସିକାଙ୍କ ସ୍ତ୍ରୀ କୁନ୍ତୀ ସିକା(୨୯)ଙ୍କ ହଠାତ ପ୍ରସବ ଯନ୍ତ୍ରଣା ହୋଇ ଘରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ।  ଶିଶୁ ଜନ୍ମ ହେବାର କିଛି ସମୟ ପରେ ମୃତ୍ୟୁ ବରଣ କରିଥିବା ବେଳେ ମହିଳାଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଆଣିଥିଲେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତୁରନ୍ତ ଟିଟିଲାଗଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାକୁ ଆଣିଥିଲେ । କାର୍ଯ୍ୟରତ ଡ. ଓଁକାର ହୋତା ଚିକିତ୍ସା କରୁଥିଲେ । ହେଲେ ମହିଳାଙ୍କ ଅବସ୍ଥା ଅତି ଗୁରୁତର ଥିବା ଓ ରକ୍ତସ୍ରାବ ହେବା ଯୋଗୁଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।  ରକ୍ତ ଦରକାର ପଡ଼ିବାରୁ  ଏକ ପ୍ୟାକେଟ ରକ୍ତର ଆବଶ୍ୟକ ବୋଲି କହିଥିଲେ ଡାକ୍ତର । ହେଲେ ପରିବାର ଲୋକେ ଅନ୍ୟ ଲୋକର ରକ୍ତ ଆମେ ନେବୁନି ବୋଲି ଜିଦ ଧରିଥିଲେ । ଶେଷରେ ରାତି ପ୍ରାୟ ୨ ଟାରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏବେବି ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ ଦେହର ରକ୍ତ ନ ନେବା ଓ ଇଂଜେକସନ, ସାଲାଇନ ନେବୁ ବୋଲି ଜିଦ ଧରିବା ଓ ଅନ୍ୟର ରକ୍ତ ନେଲେ ଗ୍ରାମ ଦେବୀଙ୍କ କୋପ ଦୃଷ୍ଟି ପଡିବ ବୋଲି ମହିଳାଙ୍କ ଦେହରେ ରକ୍ତ ମଧ୍ୟ ଦେଇ ନ ଥିଲେ । ହେଲେ ଶେଷରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking