26.1 C
Bhubaneswar
Friday, March 29, 2024
Homeଅପରାଧମା’ ଟିଏ କଣ କରିଛି ଜାଣିଲେ ଆପଣଙ୍କ ଦେହ ଥରି ଉଠିବ !

ମା’ ଟିଏ କଣ କରିଛି ଜାଣିଲେ ଆପଣଙ୍କ ଦେହ ଥରି ଉଠିବ !

ଝାରଖଣ୍ଡ : ଝାରଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଆଜି ସକାଳୁ ଏମିତି ଏକ ଘଟଣା ଘଟିଛି ଯାହା ଜାଣିଲେ ଦେହ ଥରି ଉଠିବ । ମା’ ଶଦ୍ଦର ବିକଳ୍ପ ନାହିଁ । କୁହାଯାଏ କି ସନ୍ତାନ ହେଉଛି ମା’ ର ନୟନ ପିତୁଳା । କିନ୍ତୁ ମା’ ଟିଏ ନୃଶଂସ ପାଲଟି ଯାଇଛି । ନିଜ ହାତରେ ନିଜ ସନ୍ତାନକୁ ମାରି ଦେଇଛି । ଏହିପରି ଏକ ବର୍ବର କାଣ୍ଡ ଗିରିଡ଼ିହ ଜିଲ୍ଲାର ରାଜଧନୱାର ଅଞ୍ଚଳର । ନିଜର ତିନି ସନ୍ତାନକୁ ବାକ୍ସରେ ଭର୍ତ୍ତି କରାଇ ନିଆଁ ଲଗାଇବା ପରେ ନିଜେ ନିଜକୁ ନିଆଁ ଲଗାଇ ମାରି ଦେଇଛି ।ସୂଚନା ଅନୁଯାୟୀ , ମହିଳାଙ୍କ ଘରେ କ୍ଷୀରକୁ ନେଇ ମତାନ୍ତର ଘଟିଥିଲା । ପଡ଼ୋଶୀଙ୍କ କହିବା ଅନୁଯାୟୀ , କ୍ଷୀର ରଖିବାକୁ ନେଇ କଳି ଝଗଡ଼ା ହୋଇଥିଲା । ଏଥିପାଇଁ ପଞ୍ଚାୟତ ମଧ୍ୟ ବସା ଯାଇଥିଲା । ଏଥିରେ ମହିଳାଙ୍କ ବାପଘର ଲୋକଙ୍କୁ ମଧ୍ୟ ଡ଼କାଯାଇଥିଲା । ନିଜ ଘରର ଲୋକଙ୍କୁ ଦେଖିବା ପରେ ମହିଳା ଜଣକ ରାଗି ଯାଇଥିଲେ । ଆଜି ସକାଳୁ ଯେତେବେଳେ ମହିଳାଙ୍କ ସ୍ୱାମୀ ବିଲରେ କାମ କରିବା ପାଇଁ ଘରୁ ବାହାରିକି ଯାଇଥିଲେ ସେହି ସମୟରେ ମହିଳା ତାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅକୁ ବାକ୍ସ ଭିତରେ ବନ୍ଦ କରିକି ନିଆଁ ଲଗାଇ ଦେଇଥିଲେ । ଏହା ପରେ ନିଜ ଦେହରେ ମଧ୍ୟ ନିଆଁ ଲଗାି ଏପରି ଆତ୍ମଘାତୀ ପାଇଁ ଉଦ୍ୟମ କରିଥିଲେ । ଚିତ୍କାର ଶୁଣିବା ପରେ ପାଖ ପଡ଼ୋଶୀମାନେ ବହୁ ଚେଷ୍ଟା କରି ନିଆଁ ଲିଭାଇ ଦେଇଥିଲେ । ଚିକିତ୍ସା ପାଇଁ ଉକ୍ତ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୁଲିସ୍ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ମହିଳାଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ଓ ନାତି ନାତୁଣୀଙ୍କୁ ହତ୍ୟା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking