35.1 C
Bhubaneswar
Tuesday, April 23, 2024
Homeଅପରାଧଅବୈଧ ସମ୍ପର୍କ ଲୁଚାଇବାକୁ ନବଜାତକ ଶିଶୁକୁ ଜୀଅନ୍ତା ଜାଳି ହତ୍ୟାକଲେ ମା

ଅବୈଧ ସମ୍ପର୍କ ଲୁଚାଇବାକୁ ନବଜାତକ ଶିଶୁକୁ ଜୀଅନ୍ତା ଜାଳି ହତ୍ୟାକଲେ ମା

ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ଏଠାରେ ଏକ ନବଜାତକ ଶିଶୁର ଅଧାଜଳା ମୃତଦେହ ଉଦ୍ଧାର କରାଯାଇଥିଲା। ଶିଶୁଟିର ମୃତଦେହ ପ୍ରାୟ ୨୫ ଦିନ ତଳର ହେବ ବୋଲି ଅନୁମାନ କରାଯାଉଛି। ପୋଳିସର କହିବା ଅନୁସାରେ  ଦୁର୍ଗୀ କୁହ୍ମାରୀ ସ୍ତିତ ରାମପୁର ଚୋରହାରେ ଏକ ନବଜାତକ ଶିଶୁର ଅଧାଜଳା ମୃତଦେହ ମିଳିଥିଲା।  ନବଜାତକ ଶିଶୁଟିର ମା ଏବଂ ଆଈ ଦୁହେଁ ମିଶି ଜୀଅନ୍ତା ଜାଳି ଦେଇଛନ୍ତି। ପୋଲିସ ନବଜାତକ ଶିଶୁଟିର ମା ଭେଙ୍କଟେଶ୍ବରୀ ସାହୁ(୨୧) ଓ ଆଇ ରାଜିମ ବାଇ ସାହୁ(୪୫)ଙ୍କୁ ଗିରଫ କରିଛି।

ପୋଲିସର ସୂଚନା ମୁତାବକ, ଘରୋଇ ବିବାଦ କାରଣରୁ ଭେଙ୍କଟେଶ୍ବରୀ ନିଜ ବାପ ଘରେ ରହୁଥିଲେ। ଏହି ସମୟରେ ପଡୋଶୀ ଘରର ଜଣେ ଯୁବକଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ସ୍ଥାପନ ହୋଇଥିଲା। ଯାହାଫଳରେ ସେ ଗର୍ଭବତୀ ହୋଇଥିଲେ ଓ ଶିଶୁକୁ ଜନ୍ମଦେବା ପରେ ଲୋକ ଲଜ୍ଜା ଭୟରେ ତାକୁ ଜୀଅନ୍ତା ଜାଳି ମାରିଦେଇଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଓ ହତ୍ୟା କରିବା ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।ଉଲ୍ଳେଖନୀୟ ଯେ, ଗତ ୨ ତାରିଖ ସକାଳୁ କୁହ୍ମାରୀର ରାମପୁର ଛକରେ ଏକ ଅଧାଜଳା ନବଜାତକ ଶିଶୁର ମୃତ ଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜରାପଡିଥିଲା ଯେ, ଶିଶୁଟିକୁ ଜୀଅନ୍ତା ଜଳାଯାଇଛି।

ଅଭିଯୁକ୍ତ ଭେଙ୍କେଟେଶ୍ବରୀର କହିବା ଅନୁସାରେ ସ୍ବାମୀ ଠାରୁ ଅଲଗା ହେବାପରେ ତାଙ୍କ ଘର ପାଖ ଜଣେ ଯୁବକ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। କିନ୍ତୁ ଏହି ଯୁବକ ଜଣକ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି  ଗର୍ଭବତୀ କରିବା ପରେ ବିବାହ ମନା କରିଦେଇଥିଲା। ଏହାପରେ ସେ ଗର୍ଭପାତ କରିବାକୁ ଚାହୁଁଥିଲେ କିନ୍ତୁ ଅଧିକ ସମୟ ହେବା କାରଣରୁ ଏହା ଅସମ୍ଭବ ହୋଇଥିଲା। ଶେଷରେ ନବଜାତକ ଶିଶୁକୁ ସେମାନେ ହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking