ଜିଏସଟି ଠକେଇରେ ମା ପୁଅଙ୍କୁ କୋର୍ଟ ଚାଲାଣ

ବଲାଙ୍ଗିର: (ଦେବାଶିଷ ମିଶ୍ର) ବଲାଙ୍ଗିରରେ ଚାଷୀଙ୍କ ଠାରୁ ୨କୋଟି ଜିଏସଟି ଠକେଇ ଘଟଣାରେ ପୁଲିସ ଦୁଇ ମାଁ ପୁଅଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସିନ୍ଦୁଜା ଷ୍ଟିଲ ନାଁରେ ଠକାମୀ ଅଭିଯୋଗରେ ବଲାଙ୍ଗିରର ଗାୟତ୍ରୀ ଜସୱାଲ ଓ ତାଙ୍କ ପୁଅଙ୍କୁ ଗିରଫ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ଚାଷୀଙ୍କ ନାଁରେ ମିଛ କାରବାର କରି ୨ କୋଟି ଟଙ୍କା ଜିଏସଟି ଫାଙ୍କି ଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ଏମାନଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିଲା । ସିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସଟି ଠକେଇରେ ସଂପୃକ୍ତି ରହିଥିଲା । ଏହି ମାମଲାରେ ଦୁଇ ମାଁ ପୁଅଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here