27.1 C
Bhubaneswar
Saturday, November 23, 2024
Homeଅପରାଧମା ଓ ପୁଅର ଆତ୍ମହତ୍ୟା

ମା ଓ ପୁଅର ଆତ୍ମହତ୍ୟା

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବେକରେ ଶାଢୀ ଦେଇ ମା ଓ ପୁଅ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମା ଓ ପୁଅ ହେଲେ ପି. ଦିବ୍ୟା(୨୯) ଓ ପି. ସାଇ(୪)। ଆର୍ଥିକ ଅନଟନରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାରେ ପ୍ରକାଶ ଯେ, ଆଜି ଦିବ୍ୟାଙ୍କ ସ୍ବାମୀ ପି. ଶ୍ରୀନୁଙ୍କ ଗତ ୫ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦିବ୍ୟା ଆର୍ଥିକ ଅନଟନ ଦେଇ ଗତି କରୁଥିଲେ।

ନିଜର ଏକମାତ୍ର ପୁଅ ଓ ଶାଶୁଙ୍କ ସହ ସେ ଜେକେ କାଗଜକଳ ଏସପିଟି କୋଲୋନୀରେ ରହି ଆସୁଥିଲେ। ତେବେ ଆଜି ମଧ୍ୟାହ୍ନ ସମୟରେ ଘରେ ଶାଶୁ ନଥିଲା ବେଳେ ଉଭୟ ମା ଓ ପୁଅ ଘରେ ରହିଥିବା ଶାଢୀ ବେକରେ ଗୁଡେଇ ଆତ୍ମହତ୍ୟା କରିଥିଲେ। ଶାଶୁ ୫ ଟା ସମୟରେ ପହଞ୍ଚି ଦେଖିବା ବେଳେ ଉଭୟେ ଝୁଲନ୍ତା ଅବସ୍ଥାରେ ରହିଥିଲେ। ଏହା ଦେଖି ସେ ପାଟି କରିଥିଲେ। ପାଟି ଶୁଣି ପଡୋଶୀ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ଶେଷ ପରେ କାରଣ ଜଣାପଡିବ ବୋଲି ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି। ଏହି ଘଟଣା ସମଗ୍ର ଜେକେପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏସପିଟି କୋଲୋନୀରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking