31.1 C
Bhubaneswar
Friday, March 29, 2024
Homeଅପରାଧମା’ ଆଣିଲା ପୁଅ ନାମରେ ସଂଗୀନ ଅଭିଯୋଗ, ଶୁଣିଲେ ଲଜ୍ୟା ଲାଗିବ...

ମା’ ଆଣିଲା ପୁଅ ନାମରେ ସଂଗୀନ ଅଭିଯୋଗ, ଶୁଣିଲେ ଲଜ୍ୟା ଲାଗିବ…

ଉତ୍ତରପ୍ରଦେଶ : ଦେଶରେ ଦୈନିକ ନୂଆ ନୂଆ ଅପରାଧୀକ ଘଟଣା ଘଟୁଥିବା ଦେଖାଯାଉଛି । ଦୁଷ୍କର୍ମ ଓ ହତ୍ୟା ଘଟଣା ସବୁଦିନ ଘଟିଚାଲିଛି । ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ସମସ୍ତେ ଚକିତ ହୋଇ ପଡ଼ିବେ । ଏପରି କି ଲଜ୍ଜାଜନକ ଓ ଲୋମହର୍ଷଣ ଘଟଣା କ୍ୱଚିତି ଦେଖିବାକୁ ମିଳୁଥିବ । ମା’ ନିଜ ପୁଅ ନାମରେ ଥାନାରେ କରିଛି ଅଭିଯୋଗ । ଏଭଳି ଘଟଣା ହୋଇଛି ଯେ, ଉଭୟ ମାଆ-ଝିଅ ବଳାତ୍କାରର ଶିକାର ହୋଇଛନ୍ତି । ମା’ ଶ୍ୱଶୁରଙ୍କ ଦ୍ୱାରା ଓ ଝିଅ ନିଜ ଭାଇ ଦ୍ୱାରା ଏହି ଲଜ୍ଜା ଜନକ ଘଟଣାର ଶିକାର ।
ମିଳିଥିବା ସୂଚନା ଅନୁସାରେ ବୁଧବାର କାନପୁର ଜିଲ୍ଲା ପୁଲିସ ନିକଟରେ ଜଣେ ମହିଳା ନିଜ ପୁଅ ନାମରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ତାଙ୍କ ନାବାଳିକା ଝିଅ ପ୍ରତି ଅସଦାଚରଣ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ମହିଳାଙ୍କ ପୁଅ ନାମରେ ରୁଜୁ କରିଛି । କାନୁପରର ବାବୁ ପୁରୁଆ ଥାନା ଅଂଚଳରେ ରହୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କର ୫ଟି ସନ୍ତାନ ମଧ୍ୟରୁ ତୃତୀୟ ପୁଅ ତାଙ୍କର ନାବାଳିକା ସାନ ଝିଅ ପ୍ରତି ବଳାତ୍କାର ଉଦ୍ୟମ କରିଛନ୍ତି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ତାଙ୍କ ପୁଅ ଏଭଳି ଉଦ୍ୟମ କରିଛନ୍ତି । ଝିଅର ରୁମକୁ ଜବରଦସ୍ତ ପ୍ରବେଶ କରି ବାରମ୍ବାର ତାକୁ ଅସଦାଚରଣ କରିଛନ୍ତି । ଯେତେବେଳେ ଝିଅ ଏହାର ପ୍ରତିବାଦ କରୁଛି ସେତେବେଳେ ପୁଅ ପରିଣତି ଭୟଙ୍କର ହେବ ବୋଲି ଧମକ ଦେଉଛି । ଝିଅଟି ଯେତେବେଳେ ପରିବାରର ଅନ୍ୟ ସଦସ୍ୟଙ୍କୁ ଏ ନେଇ ଅଭିଯୋଗ କରିଥିଲା ସେମାନେ ଏହା ଉପରେ କୌଣସି ଗୁରୁତ୍ୱ ଦେଲେନାହିଁ । ବଳାତ୍କାର ଉଦ୍ୟମ କରିବା ସମୟରେ ଥରେ ଉଭୟ ମାଆ ଝିଅ ପ୍ରତିବାଦ କରିବାରୁ ପୁଅ ଉଭୟ ମା’ ଓ ଭଉଣୀକୁ ଆକ୍ରମଣ କରିଥିଲା । ଏପରି କି ମାଆକୁ ପୁଅ ଧମକ ଦେଇଥିଲା ଯେ, ତାକୁ ଯଦି ଏପରି ବିରୋଧ କରାଯିବ ତେବେ ଭଉଣୀର ବାହାଘର ସେ କରାଇ ଦେବେ ନାହିଁ । ଏହାର ସେ ପ୍ରତିରୋଧ କରିବେ ।
ଆହୁରି ସାଂଘାତିକ ଘଟଣା ହେଉଛି ପୁଲିସ ନିକଟରେ ମହିଳା ଣଜକ ବୟାନ ଦେଇଛନ୍ତି ଯେ, ସେ ଯେତେବେଳେ ବିବାହ ହୋଇ ଶାଶୁଘରକୁ ଆସିଥିଲେ ସେତେବେଳେ ତାଙ୍କ ଶ୍ୱଶୂର ତାଙ୍କୁ ବଳାତ୍କାର କରିଥିଲେ । ଏହାର ସେ ପ୍ରତିବାଦ କରିବାରୁ ତାଙ୍କୁ ନୀରବ ରହିବାକୁ ଓ ସହିଯିବାକୁ କୁହାଯାଇଥିଲା । ଏପରି କି ନାନା ପ୍ରକାର ଧମକ ଚମକ ମଧ୍ୟ ଦିଆଯାଇଥିଲା ।
ଏ ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏହି ମାମଲାର ତଦନ୍ତ ଦାୟିତ୍ୱ ସର୍କଲ ଅଫିସରଙ୍କୁ ଦିଆଯାଇଛି । ତଦସନ୍ତ ସରିଲା ପରେ ଆସିଥିବା ଅଭିଯୋଗ ଯଦି ସତ ବୋଲି ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନି ନିଆଯିବ, ତାଙ୍କୁ ଜେଲ ପଠାଯିବ । ଆଇପିସିି ଏବଂ ପସ୍କୋ ଆକ୍ଟ ଅନୁସାରେ ଏତଲା ରୁଜୁ ହୋଇଛି । ସମାଜରେ ଏଭଳି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ଏହାର କୌଣସି ପ୍ରତିକାର ହୋଇପାରୁନାହିଁ । ଶ୍ୱଶୂର ଯଦି ନିଜ ବୋହୁ ପ୍ରତି ଏଭଳି ଦୁଷ୍କର୍ମ କରେ ଓ ନିଜ ଭାଇ ଯଦି ଭଉଣୀକୁ ଦୁଷ୍କର୍ମ କରେ ତେବେ ଏହାକୁ ସୁରକ୍ଷା ଦେବ ସେଥିନେଇ ଉଠିଛି ପ୍ରଶ୍ନ । ଭାଇ ଭଉଣୀର ସମ୍ପର୍କ କେତେ ପବିତ୍ର ଓ ନିବିଡ଼ ତାହା ଜଣା । ଭଉଣୀକୁ ସୁରକ୍ଷା ଦେବା ବଦଳରେ ନିଜେ ରାକ୍ଷସ ପାଲଟିଛି ଭାଇ । ପରିବାର ଭିତରେ ଶାଳିନତା ଓ ଉଚ୍ଚମାନର ବ୍ୟବହାର ଯଦି ପିଲାମାନଙ୍କୁ ଶିକ୍ଷା ଦିଆ ନଯାଏ ତେବେ ଏହିଭଳି ଘଟଣା ରୋକିବା ସମ୍ଭବ ନୁହେଁ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking