34.1 C
Bhubaneswar
Friday, March 29, 2024
Homeଖେଳକ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ଟି-୨୦ ରନ୍‌: ଧୱନ୍‌ଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର

କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ଟି-୨୦ ରନ୍‌: ଧୱନ୍‌ଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଯଥେଷ୍ଟ କମ୍ ଦିନ ଭିତରେ ଭାରତୀୟ ବ୍ୟାଟିଂ ଲାଇନ୍‌ର ମେରୁଦଣ୍ଡ ପାଲଟିସାରିଥିବା ସୂର୍ଯ୍ୟକୁମାର ଯାଦବ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ସେ ଚଳିତ ବର୍ଷ ଅଦ୍ୟାବଧି ୭୩୨ ରନ୍ କରିଛନ୍ତି । ଏଥିସହ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ଓପନର ଶିଖର ଧୱନ୍‌ଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଧୱନ୍ ଗତ ୨୦୧୮ରେ ୬୮୯ ରନ୍ କରିଥିଲେ । ବୁଧବାର ଚଳିତ ସାଉଥ୍ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଆକର୍ଷଣୀୟ ଅର୍ଦ୍ଧଶତକ ପୂରଣ କରିଥିବା ସୂର୍ଯ୍ୟକୁମାର ଏହି ଫର୍ମାଟ୍‌ରେ ହଜାରେ ରନ୍ ପୂରଣ ପାଇଁ ଆଉ ମାତ୍ର ୨୪ ରନ୍ ଆବଶ୍ୟକ କରୁଛନ୍ତି ।

ଚଳିତ ବର୍ଷ ସୂର୍ଯ୍ୟକୁମାରଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୦.୨୯ ରହିଛି, ଯାହାକି ତାଙ୍କ କ୍ୟାରିୟର୍ ଷ୍ଟ୍ରାଇକ୍ ରେଟ୍ (୧୭୩.୩୫)ଠାରୁ ବି ଅଧିକ । ଅଦ୍ୟାବଧି ସେ ଟି-୨୦ କ୍ରିକେଟ୍‌ରେ ୫୭ଟି ଛକା ସହ ୮୮ଟି ଚୌକା ମଧ୍ୟ ଲଗାଇସାରିଛନ୍ତି । ତିରୁବନନ୍ତପୁରମ୍ ଟି-୨୦ରେ ସୂର୍ଯ୍ୟକୁମାର ପ୍ରଥମ ୩ଟି ବଲ୍‌ରେ ୨ଟି ଛକା ଲଗାଇଥିଲେ । ଏଥିସହ କୌଣସି କ୍ୟାଲେଣ୍ଡର୍ ବର୍ଷରେ ସେ ସର୍ବାଧିକ ଛକାର ରେକର୍ଡ ମଧ୍ୟ ନିଜ ନାମରେ କରିଥିଲେ । ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ମହମ୍ମଦ ରିଜୱାନ୍‌ଙ୍କ ନାମରେ ଥିଲା । ରିଜୱାନ୍ ଗତ ବର୍ଷ ୪୨ଟି ଛକା ଲଗାଇଥିଲେ । ଉକ୍ତ ବର୍ଷ ମାର୍ଟିନ୍ ଗପ୍ଟିଲ୍ ମଧ୍ୟ ସମାନ ସଂଖ୍ୟକ ଛକା ମାରିବାକୁ ସକ୍ଷମ ହୋଇଥିଲେ । ରିଜୱାନ୍ ୪୨ଟି ଛକା ପାଇଁ ୨୬ଟି ଇନିଂସ ନେଇଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୪୫ଟି ଛକା ଲଗାଇସାରିଥିବା ସୂର୍ଯ୍ୟକୁମାର ଏହାଠାରୁ ୫ଟି କମ୍ ଇନିଂସ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking