34.1 C
Bhubaneswar
Friday, March 29, 2024
Homeଖେଳଆଜି ଅବସର ଘୋଷଣା କରିବେ ମୋର୍ଗାନ୍‌!

ଆଜି ଅବସର ଘୋଷଣା କରିବେ ମୋର୍ଗାନ୍‌!

ଲଣ୍ଡନ: ଇଂଲଣ୍ଡର ବିଶ୍ୱକପ୍ ବିଜୟୀ ଅଧିନାୟକ ଇଅନ୍ ମୋର୍ଗାନ୍ ମଙ୍ଗଳବାର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର୍‌ରୁ ଅବସର ଘୋଷଣା କରିପାରନ୍ତି । ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୩୫ ବର୍ଷୀୟ ଡବଲିନ୍‌ରେ ଜନ୍ମିତ ମୋର୍ଗାନ୍ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଇଂଲିଶ୍ ଟିମ୍‌ର ନେତୃତ୍ୱ ନେବାକୁ ଇଚ୍ଛା ରଖିଥିଲେ ।

କିନ୍ତୁ ଗତ ଦେଢ଼ ବର୍ଷ ହେଲା, କ୍ରମାଗତ ଭାବେ ଫର୍ମ ଓ ଫିଟ୍‌ନେସ୍ ପାଇଁ ସଂଘର୍ଷ କରୁଥିବାରୁ ସେ ଅନ୍ତର୍ଜାତୀୟ କ୍ୟାରିୟର୍ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ନେଦରଲାଣ୍ଡ୍‌ସ ବିପକ୍ଷ ୩ଟି ଦିନିକିଆ ମଧ୍ୟରୁ ପ୍ରଥମ ଦୁଇଟିରେ ମୋର୍ଗାନ୍ ଖାତା ବି ଖୋଲିପାରି ନ ଥିଲେ । ସେହିପରି ଆଘାତଜନିତ କାରଣରୁ ସେ ଅନ୍ତିମ ମ୍ୟାଚ୍‌ଟି ଖେଳିପାରି ନ ଥିଲେ । ଏହି ରିପୋର୍ଟ ଯଦି ସତ୍ୟ ହୋଇଥାଏ, ତା’ହେଲେ ଆଗାମୀ ଭାରତ ବିପକ୍ଷ ସୀମିତ ଓଭର୍ ସିରିଜ୍‌ରେ ମୋର୍ଗାନ୍‌ଙ୍କ ସ୍ଥାନରେ ଉପଅଧିନାୟକ ଜୋସ୍ ବଟଲର୍ ଘରୋଇ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking