37.1 C
Bhubaneswar
Thursday, March 28, 2024
Homeଓଡିଶାଅନଲାଇନ୍‌ରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍

ଅନଲାଇନ୍‌ରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍

ଗଞ୍ଜାମ : ଗଜପତି ଜିଲ୍ଲାର ଦୁଇ ଶହରୁ ଊର୍ଦ୍ଧ୍ୱ ବାସିନ୍ଦା ଠକାମୀର ଶିକାର ହୋଇଛନ୍ତି । ଏମାନଙ୍କ ନିକଟରୁ ପ୍ରାୟ ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତିି । ଏକ ଅନଲାଇନ୍ ଆପ ମାଧ୍ୟମରେ ଏମାନେ ଲୁଟ୍‌ର ଶିକାର ହୋଇଥିବା ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଡିଆଇଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ଅଧିକାଂଶ ଗ୍ରାମରେ ନାଇସ୍ ସେର୍ ନାମଙ୍କ ଏକ ଅନଲାଇନ୍ ଆପ୍ ମାଧ୍ୟମରେ ଠକାମୀର ଶିକାର ହୋଇଛନ୍ତି । ପ୍ରଥମେ କିଛି ବ୍ୟକ୍ତି ଏହି ଆପ୍‌କୁ ଇନ୍‌ଷ୍ଟଲ କରି ସେଥିରେ ୫ ହଜାର ଟଙ୍କା ବିନିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ ପ୍ରଥମେ ଉକ୍ତ ଟଙ୍କା ଆପ୍ ମାଧ୍ୟମରେ ଦେବା ପରେ ପ୍ରଥମ ଦିନ ଠାରୁ ଏହି ଆପ୍ ୫୦୦ ଟଙ୍କା ଦେଇଥାଏ । ନାଇସ୍ ସେର୍ ୱାଲ୍‌ମାର୍ଟ, ଆମାଜନ ଓ ଫ୍ଲିପ୍‌କାର୍ଟଙ୍କ ସହ ଚୁକ୍ତି କରିଛି । ପ୍ରତ୍ୟେକ ଦିନ ସେମାନଙ୍କ ଯାହା ଲାଭ ହୁଏ ସେଥିମଧ୍ୟରୁ ଜିଏସଟିକୁ ବାଦ ଦେଇ ବଳକା ଟଙ୍କା ନିବେଶକମାନଙ୍କୁ ଦିଆଯିବ ବୋଲି କୁହାଯାଇଥିବା ଅଭିଯୋଗକାରୀ ମାନେ କହିଛନ୍ତି ।

ଏହି ଅନୁଯାୟୀ ୫ ହଜାର ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ମିଳିଥିଲା । ଏଭଳି ସେମାନଙ୍କୁ ୩ ମାସ ପାଖାପାଖି ମିଳିଥିବା ସେମାନେ କହିଛନ୍ତି । ଏହା ପରେ ସେହି ଆପ୍ ଉପରେ ଲୋକଙ୍କ ବିଶ୍ୱାସ ବଢିବାରେ ଲାଗିଲା । ପରବର୍ତ୍ତୀ ସମୟରେ ଏହି ଆପ୍ ୫ ହଜାର ଟଙ୍କାରୁ ଏହାକୁ ଲକ୍ଷ ଲକ୍ଷ ଟଙ୍କା ବାନ୍ଧିବା ନିମନ୍ତେ ଲୋକଙ୍କୁ କହିଥିଲା । ଯାହାଫଳରେ ଲୋକେ ଅଧିକ ଟଙ୍କା ପାଇବା ଆଶାରେ ଗୋଟିଏ ଘରୁ ୧୦ରୁ ୧୨ଟି ଆକାଉଣ୍ଟ କରିଥିଲେ । ଏଥି ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବାନ୍ଧିଥିଲେ ।

ଏଥିରେ ସରକାର କର୍ମଚାରୀ ସମେତ କିଛି ସରକାରୀ ଅଧିକାରୀ ମଧ୍ୟ ଲକ୍ଷାଧିକ ଟଙ୍କା ବାନ୍ଧିଥିବା ଅଭିଯୋଗ ହୋଇଛି । ଏଭଳି ଶହ ଶହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ଆପ୍ କୌଣସି ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଆଜି ୨୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ନ୍ୟାୟ ନିମନ୍ତେ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ ନିକଟରୁ ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ କରିବା ନିମନ୍ତେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking