ଦେଶରେ ଅର୍ଦ୍ଧାଧିକ ଶିଶୁ ଆନେମିଆର ଶିକାର

ନୂଆଦିଲ୍ଲୀ : ଦେଶରେ ସର୍ବାଧିକ ଶିଶୁ ଓ ମହିଳା ଏବେ ଆନେମିଆର ଶିକାର ହେଉଛନ୍ତି । ଅଧିକାଂଶ ପିଲାଙ୍କ ଶରୀରରେ ରକ୍ତହୀନତା ସମସ୍ୟା ମଧ୍ୟ ଦେଖାଦେଉଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟ ଅନୁଯାୟୀ ଦେଶରେ ଆନେମିଆର ଶିକାର ଯଥେଷ୍ଟ ଅଧିକ ବୋଲି ଜଣାପଡ଼ିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି ଏଥିରେ ଦର୍ଶଯାଇଛି। ପ୍ରଜନନ, ଶିଶୁଙ୍କ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୋଷଣ ଏବଂ ଅନ୍ୟ ମାନଦଣ୍ଡ ଆଧାରରେ ସରକାର ବୁଧବାର ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଭାରତର ୨୦୧୯-୨୧ର ଫ୍ୟାକ୍ଟଶିଟ୍‌ ଜାରି କରିଛନ୍ତି।
ବେଲା

ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ଦ୍ୱିତୀୟ ପର୍ଯ୍ୟାୟରେ ଏହା ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ଅରୁଣାଚଳପ୍ରଦେଶ, ଚଣ୍ଡୀଗଡ଼, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ ଏନ୍‌ସିଟି, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସାମିଲ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୦୨୦ ଡିସେମ୍ବରରେ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏନ୍‌ଏଫ୍‌ଏଚ୍‌ଏସ୍‌-୫ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ।

ସଦ୍ୟ ରିପୋର୍ଟ ଅନୁସାରେ, କମ୍‌ ଓଜନ ବିଶିଷ୍ଟ ପିଲାଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିଛି । ସର୍ବଭାରତୀୟ ସ୍ତରରେ କମ୍‌ ଓଜନ ପିଲାଙ୍କ ପ୍ରତିଶତ ୩୬ରୁ ୩୨ ପ୍ରତିଶତ ହୋଇଛି। ତେବେ ପିଲା, ମହିଳା ତଥା ଗର୍ଭବତୀ ବ୍ୟାପକ ସଂଖ୍ୟାରେ ଆନେମିଆର ଶିକାର ହେଉଛନ୍ତି। ଉକ୍ତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ପ୍ରଜନନ ହାର, ପ୍ରତି ମହିଳାଙ୍କ ପିଛା ହାରାହାରି ପିଲା ସଂଖ୍ୟା ୨.୨ରୁ ୨.୦କୁ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here