28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଶ୍ରୀଲଙ୍କାର ପୁନର୍ବାସ କେନ୍ଦ୍ରରୁ ୬୦୦ରୁ ଅଧିକ ଅନ୍ତେବାସୀଙ୍କ ପଳାୟନ

ଶ୍ରୀଲଙ୍କାର ପୁନର୍ବାସ କେନ୍ଦ୍ରରୁ ୬୦୦ରୁ ଅଧିକ ଅନ୍ତେବାସୀଙ୍କ ପଳାୟନ

ବ୍ୟୁରୋ : ଦୁଇ ଜଣ କଏଦୀ ଗୋଷ୍ଠୀ ମଧ୍ୟରେ ଝଗଡା ହେବା ପରେ ଆଜି ଶ୍ରୀଲଙ୍କାର ପୋଲୋନାରୁୱାସ୍ଥିତ ଏକ ଥଇଥାନ କେନ୍ଦ୍ରରୁ ୬୦୦ରୁ ଅଧିକ ଅନ୍ତେବାସୀ ପଳାୟନ କରିଥିବା ଖବର ମିଳିଛି । ପୁଲିସ ମୁଖପାତ୍ର ନିହାନ ଥାଲଡୁଆ କହିଛନ୍ତି ଯେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେନା ଏବଂ ଅତିରିକ୍ତ ପୁଲିସ ଫୋର୍ସକୁ କାନ୍ଦାକୁଡୁ ପୁନର୍ବାସ କେନ୍ଦ୍ରରେ ନିୟୋଜିତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପଳାତକ ଅନ୍ତେବାସୀଙ୍କୁ ଠାବ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି । ସେହି ଜେଲରେ ପ୍ରାୟ ୧ ହଜାର ବନ୍ଦୀ ଥିଲେ । ପୁଲିସ କହିଛି ଯେ ଏହି ଘଟଣା ପରେ ଅବଶିଷ୍ଟ ବନ୍ଦୀମାନେ ସେନା ଏବଂ ପୁଲିସକୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ତେବେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ଏବଂ ଥଇଥାନ କେନ୍ଦ୍ରର ଚାରିପାଖରେ କର୍ଡନ କରାଯାଇଛି ।

ଇସ୍ତଫା ଦେଇ ପାରନ୍ତି ଉଦ୍ଧବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking