31.1 C
Bhubaneswar
Friday, March 29, 2024
Homeଓଡିଶା୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଭରସା ଆହାର କେନ୍ଦ୍ର

୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଭରସା ଆହାର କେନ୍ଦ୍ର

ଭୁବନେଶ୍ୱର : ବର୍ତମାନ ଲକଡାଉନ୍ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆହାର କେନ୍ଦ୍ରଗୁଡିକ ସାହାରା । ରାଜ୍ୟର ୩୦ଟି ଜିଲ୍ଲାରେ ଡାକ୍ତରଖାନା ପରିସରରେ ଏ ଏହାର ଆଖପାଖ ଥିବା ୬୭ଟି ଆହାରକେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ପାଇଁ ରାଜ୍ୟ ସରକାର ଆହାରକେନ୍ଦ୍ର ଗୁଡିକ ଉପରେ କଟକଣା ଲଗାଇଥିବାବେଳେ ଡାକ୍ତରଖାନା ପରିସର ଓ ଏହାର ନିକଟରେ ଥିବା ଆହାରକେନ୍ଦ୍ରର ଗୁରୁତ୍ୱକୁ ଉପଲବ୍ଧି କରି ସେହି ସବୁ ଆହାରକେନ୍ଦ୍ର ଖୋଲା ରଖିବା ପାଇଁ ସ୍ଥିର କରିଥିଲେ । ଫଳରେ ୬୭ଟି ଆହାରକେନ୍ଦ୍ରରେ ନିୟମିତ ଖାଦ୍ୟ ପରିବେଷଣ କରାଯାଉଛି । ଏହି ସମସ୍ତ ଆହାରକେନ୍ଦ୍ରରେ ଦିନବେଳା ପ୍ରାୟ ୩୦ହଜାରରୁ ଅଧିକ ଲୋକ ଖାଦ୍ୟ ଖାଉଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦଅଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ସବୁ ଆହାରକେନ୍ଦ୍ର କେବଳ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପକୀୟ ନୁହେଁ ଅନେକ ଗରୀବ ଲୋକ ମଧ୍ୟ ଏହି ବନ୍ଦ ସମୟରେ ଖାଦ୍ୟ ପାଇପାରୁଛନ୍ତି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆହାର କେନ୍ଦ୍ରରେ ସତକର୍ତା ପାଳନ କରାଯାଉଥିବା ଦେଖିବାକୁ ମିଳୁଛି । ବିଶେଷକରି ଲୋକମାନେ ଦୂରତା ରକ୍ଷାକରି ଧାଡିରେ ଆସିବା, ଆହାରକେନ୍ଦ୍ରରେ ପ୍ରବେଶ ପୂର୍ବରୁ ବାହାରେ ଥିବା ସାବୁନରେ ଭଲଭାବେ ହାତ ଧୋଇବା, ପଇସା କାହା ହାତକୁ ନଦେଇ ଉର୍ଦ୍ଦିଷ୍ଟ ବାକ୍ସରେ ପକାଇବା, ଖାଦ୍ୟ ଖାଇବା ସମୟରେ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ଖାଇ ସାରିବା ପରେ ଲୋକମାନେ କେନ୍ଦ୍ର ପରିସରରେ ହାତ ନଧୋଇ ଯେଭଳି ବାହାରେ ଆସି ଦୂରତା ରକ୍ଷାକରି ହାତ ଧୋଇବେ ସେଥିନେଇ ସ୍ୱତନ୍ତ୍ର ହାତ ଧୋଇବା ବ୍ୟବସ୍ଥା କରାଯାଇଛି । ଲକଡାଉନ ସରିବା ପର୍ଯ୍ୟନ୍ତ ଏହି ସମସ୍ତ ୬୭ଆହାର କେନ୍ଦ୍ରରେ ଲୋକଙ୍କୁ କିଭଳି ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ଭାବେ ଉନ୍ନତମାନର ଖାଦ୍ୟ ପରିବେଷଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking