34.1 C
Bhubaneswar
Thursday, April 25, 2024
Homeଓଡିଶାଏଥର ସ୍ୱାଭାବିକ ମୌସୁମୀ

ଏଥର ସ୍ୱାଭାବିକ ମୌସୁମୀ

ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ଆଇଏମଡି ଆକଳନ କରିଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୧ ପ୍ରତିଶତ ବର୍ଷା ହେବା ଆକଳନ କରାଯାଉଛି । ସାରା ଦେଶରେ ସ୍ୱାଭାବିକ ମୌସୁମୀ ଥିଲେ ବି ଉତ୍ତର ପୂର୍ବାଂଚଳରେ କମିବ । ଉତ୍ତରପଶ୍ଚିମାଂଚଳ ଓ ଦକ୍ଷିଣାଂଚଳରେ ସ୍ୱାଭାବିକ ରହିବ ବର୍ଷା । ତେବେ ଉତ୍ତର ପୂର୍ବାଂଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ଆକଳନ କରାଯାଉଛି । କେନ୍ଦ୍ର ଭାରତରେ ସ୍ୱାଭାବିକଠାରୁ ଅଧିକ (୧୦୬ପ୍ରତିଶତ) ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୩ ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ଶ୍ରୀଲଙ୍କାରେ ପଂହଚି ଯାଇଛି । ୩ ତାରିଖ ସୁଦ୍ଧା ଏହା କେରଳରେ ପହଂଚି ଯାଇପାରେ ବୋଲି ଆଶା କରାଯାଉଛି । କେଳର ଛୁଇଁବାର ୧୦/୧୨ ଦିନ ପରେ ଓଡିଶା ଛୁଇଁଥାଏ ମୌସୁମୀ । ଓଡିଶାକୁ କେବେ ଛୁଇଁବ, ୫ ଦିନ ପୂର୍ବରୁ ଜଣାପଡିବ । ଜୁନରେ ଓଡିଶାରେ ସ୍ୱାଭାବିକ ବି ତା ଠାରୁ ଅଧିକ ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking