ବର୍ଷା ଦିନେ କିପରି ନେବେ କେଶ ଯତ୍ନ

ଭୁବନେଶ୍ୱର: ମୁହଁକୁ ସର୍ବଦା କେଶ ମାନେ । ସୁନ୍ଦର କେଶ ପାଇବା ପାଇଁ ପ୍ରାୟ ସମସ୍ତେ ଚାହାଁନ୍ତି । ଲମ୍ବା କେଶ ଥିଲେ ତାହା ଅତି ସୁନ୍ଦର ଲାଗେ । ସୁନ୍ଦର ଲାଗେ ସିନା, ହେଲେ ଏହାର ଯତ୍ନ ନେବା ବି ଉଚିତ୍ । ବର୍ଷାଦିନେ କେଶର ବିଶେଷ ଯତ୍ନ ଟିକେ ଅଧିକ ନେବାକୁ ପଡ଼ିଥାଏ। ନହେଲେ କେଶ ଝଡିବା ସହ ନଷ୍ଟ ହେବା ଆରମ୍ଭ ହୋଇଯାଏ । ବିଷେଶ ଭାବରେ ବର୍ଷା ଦିନେ କେଶର ଯତ୍ନ ନେବା ଟିକିଏ ଅସୁବିଧା ହୋଇଥାଏ । ତାହେଲେ ଚାଲନ୍ତୁ ଜାଣିବା ବର୍ଷା ଦିନେ କିପରି ନେବେ କେଶ ଯତ୍ନ …

– ଯଦି ବର୍ଷାରେ କେଶ ଓଦା ହୋଇଯାଇଛି ତେବେ ତାକୁ ଶୁଖାଇ ଦିଅନ୍ତୁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ। ନଚେତ୍ ଏହାଦ୍ୱାରା ଫଙ୍ଗାଲ ଇନ୍ଫେକ୍‌ସନ୍ ହେବାର ଆଶଙ୍କା ରହିଛି।

– ଯଦି କେଶ ଓଦା ହୋଇଛି ତେବେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କାହିଁକି ନା ବର୍ଷାପାଣିରେ ଏସିଡ୍ ଥାଏ। ଯାହା କେଶକୁ ଖରାପ୍ କରିପାରେ।

– ଏହି ଋତୁରେ କେଶ ମୂଳ ଶୁଷ୍କ ବା ଶୁଖିଲା ରଖିବା ଉଚିତ।

– ସପ୍ତାହରେ ଦୁଇ ତିନିଥର ନିଶ୍ଚିତ ମୁଣ୍ଡ ସଫା କରନ୍ତୁ।

– ମୁଣ୍ଡ ସଫା କରିବା ପୂର୍ବରୁ ତେଲ ନିଶ୍ଚିତ ଭାବେ ଲଗାନ୍ତୁ।

– ନଖ ଉଷୁମ ତେଲରେ କେଶ ମୂଳକୁ ଭଲଭାବେ ମାଲିସ କରନ୍ତୁ।
– କେଶକୁ ପ୍ରାକୃତିକ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।

– ଭିଟାମିନ୍-ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ।

– କେମିକାଲ୍ ଯୁକ୍ତ ସାମଗ୍ରୀର ଅଧିକ ବ୍ୟବହାର କରନ୍ତୁ ନାହିଁ।

– ଓଦା କେଶକୁ କୁଣ୍ଡାନ୍ତୁ ନାହିଁ।

– ବଡ଼ ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ଛିଡ଼ିବ ନାହିଁ।

– ବହୁତ ଜୋରରେ ରଗଡ଼ି ରଗଡ଼ି କେଶକୁ ପୋଛନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here