27.8 C
Bhubaneswar
Friday, April 19, 2024
Homeଓଡିଶାମାଙ୍କଡ଼ ଆତଙ୍କ, ଭୟରେ ଗାଁରେ ପଡିଛି ତାଟି କବାଟ

ମାଙ୍କଡ଼ ଆତଙ୍କ, ଭୟରେ ଗାଁରେ ପଡିଛି ତାଟି କବାଟ

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ମାଙ୍କଡ଼ ଆତଙ୍କ। ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠରେ ଅବସ୍ଥିତ ମଙ୍ଗରାଜପୁର ପଞ୍ଚାୟତର ସନ୍ତରା, ତାଳପଦା, ହସିଣା ପ୍ରଭୁତି ଗ୍ରାମରେ ଖେଳିଯାଇଛି କୋକୁଆ ଭୟ । ଗୁରତରଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଜଣାଯାଇଛି। ଆଜି ସକାଳେ ସନ୍ତରା ଗାଁର ୨ଜଣ ମହିଳା ଓ ଗୋଟିଏ ବାଛୁରୀକୁ ମାଙ୍କଡ଼ ପଲ କାମୁଡି କ୍ଷତାକ୍ତ କରିଛନ୍ତି। ଗତକାଲିଠାରୁ ବନକର୍ମଚାରୀ ଗାଁରେ ପହଞ୍ଚି କଦଳୀରେ ନିଶା ବଟିକା ଦେଇ ମାଙ୍କଡ ପଲଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking