28.1 C
Bhubaneswar
Thursday, March 28, 2024
Homeଓଡିଶାଅସହାୟଙ୍କୁ ଦଇବ ସାହା

ଅସହାୟଙ୍କୁ ଦଇବ ସାହା

ଯାଜପୁର : ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି l ଜନ ସାଧାରଣମାନଙ୍କ ଦୁଃଖ ଲାଘବ କରିବା ପାଇଁ ବିଜେଡ଼ି ସରକାର ଲୋକ ମାନଙ୍କ ସାଙ୍ଗରେ ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ଓଲଟା ଲୋକ ପ୍ରତିନିଧି ଓ ପ୍ରଶାସନ ସରକାରଙ୍କ କଥାକୁ ଏ କାନ ପୁରାଇ ସେ କାନରେ ବାହାର କରି ଦେଉଛନ୍ତି l ଏଭଳି ଏକ ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଖର ପଞ୍ଚାୟତ ପାଖର ଗ୍ରାମର ଗୋଧି ସାହିର ଅସହାୟ ଗରିବ ହରିଜନ ଟୁନିଆ ମଳିକଙ୍କ କ୍ଷେତ୍ରରେ। ଟୁନିଆଙ୍କ କରୁଣ କାହାଣି ଶୁଣିଲା ନା ପ୍ରଶାସନ ନା ବିଧାୟକ । ଅରକ୍ଷିତକୁ ଦଇବ ସାହା ଭାଗ୍ୟ ଆଦରି ପଡି ରହିଛି l ସେ ଆଜକୁ ୬ ବର୍ଷ ହେବ ଏକ ଅଜଣା ରୋଗରେ ପିଡିତ । ଦିନ ମଜୁରିଆ ହେତୁ ତା ପରିବାର ଅତି ଦୁର୍ଦୀନରେ ରହିଛନ୍ତି ।

ବୃଦ୍ଧା ମା ୨ ଝିଅ ଓ ସ୍ତ୍ରୀ କୁ ନେଇ ୫ଜଣିଆ ପରିବାର ଭୋକ ଉପାସରେ ରହିଛନ୍ତି । ଝାଟି ମାଟି ପାଲ ଟଣା ଘରେ ୨ ବଢିଲା ଝୀଅ ସହ ବର୍ଷା ଦିନେ ନାହିଁ ନଥିବା ଅସୁବିଧୀର ସମ୍ମୁଖୀନ ହେଉଛନ୍ତି । ଖାଉଟି କାର୍ଡ ଅଛି । ହେଲେ ଟଙ୍କିକିଆ ଚାଉଳ ମିଳୁନି । ଅସହାୟ ଭତ୍ତାଟିଏ ବି ନାହିଁ । ସରପଞ୍ଚ ଠାରୁ ବିଡିଓ ଓ ବିଧାୟକଙ୍କ ମହୋଦୟଙ୍କୁ ବାରମ୍ବାର ଜଣାଇ ଥିଲେବି କିଛି ଲାଭ ମିଳୁନି । ରୋଗ ଦିନକୁ ଦିନ ବଢୁଛି ପଛେ କମିବାର ନାଁ ଧରୁନି । ସ୍ତ୍ରୀ ବାର ଘରେ ମୂଲ ଲାଗି ବାସନ ମାଜି ଯାହା ମିଳେ ସେଥିରେ ୫ ପ୍ରାଣି କୁଟୁମ୍ବ ଅଧା ଉପାସରେ ଚଳନ୍ତି । ରୋଗ ପାଇଁ ଔଷଧ ଖାଇବାକୁ ଟଙ୍କାଟିଏ ନାହିଁ । ଔଷଧ ବିନା ସ୍ୱାସ୍ଥ୍ୟ ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ଅପପୃଷ୍ଟି ଅର୍ଦ୍ଧାହାର ଆହୁରି ଦୁର୍ବଳ କରି ଦେଉଛି । ସରକାରୀ ସାହାଯ୍ୟ ତାଙ୍କ ପାଇଁ ସାତ ସପନ ।

ଜମିବାଡି ଯାହା ଥିଲା ବିକି ଭାଙ୍ଗି ରୋଗ ପାଇଁ ଖର୍ଚ୍ଚ କରି ସାରିଲେଣି । ସାହି ପଡିଶାଙ୍କ ସାହାଯ୍ୟ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ୬ବର୍ଷ କଟିଗଲା । ଏବେ ଟୁନିଆକୁ ଭଗବାନ ଭରଷା । ଏବେ ବଞ୍ଚିବା ପାଇଁ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି । ମୁଣ୍ଡ ଗୁଞ୍ଜିବାବୁ ଖଣ୍ଡେ ଇନ୍ଦିରା ଆବାସ, ପେଟକୁ ଦାନା ପାଇଁ ରାସନ କାର୍ଡରେ ଟଙ୍କିକିଆ ଚାଉଳ ଓ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍ ରିଲିଫ ପାଣ୍ଠିରୁ ଯାଜପୁର ଜିଲ୍ଲାପାଳ କିଛି ସାହାଯ୍ୟ କରନ୍ତେ ଟୁନିଆର ପରିବାର ବଞ୍ଚି ଯାଆନ୍ତା ବୋଲି ଗ୍ରାମବାସୀ ମାନେ ଜିଲ୍ଲାପାଳ ମହୋଦୟଙ୍କୁ ଆକୁଳ ନିବେଦନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ 5ଟି କାର୍ଯ୍ୟକ୍ରମ ଟୁନିଆ ପ୍ରତି ଉପହାସ ସଦୃଶ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking