34.1 C
Bhubaneswar
Thursday, April 25, 2024
Homeଓଡିଶାକଅଁଳ ବୟସରେ ଦାଉସାଧୁଛି ରୋଗ ଯନ୍ତ୍ରଣା

କଅଁଳ ବୟସରେ ଦାଉସାଧୁଛି ରୋଗ ଯନ୍ତ୍ରଣା

ଚାରିଛକ : ଖେଳବୁଲ କରିବା ବୟସରେ ଅସାଧ୍ୟ ରୋଗ ଦାଉ ସାଜିଛି । ବାପା ଦିନ ମଜୁରିଆ ହୋଇଥିବାରୁ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଇବା ସହ ପୁଅର ଚିକିତ୍ସା କରିବା କାଠିକର ପାଠ ହୋଇପଡିଛି । ଘରେ ଯାହା କିଛି ତାକୁ ବିକ୍ରି କରି ପୁଅର ଚିକିତ୍ସା କରିସାରିଲେଣି । ହେଲେ ମଧ୍ୟ ରୋଗ ଉପଶମ ହୋଇପାରି ନାହିଁ । ଏବେ ପୁଅର ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନିମାପଡା ବ୍ଲକ ଅନ୍ତଗର୍ତ ତୁଳସୀପୁର ଗାଁରେ ।

ସୂଚନା ଅନୁଯାୟୀ, ତୁଳସୀପୁର ଗାଁର ଜଲ୍‌ିଲୀ ଖାଁ ଜଣେ ଦିନ ମଜୁରୀଆ ଭାବେ କାମ କରନ୍ତି । ତାଙ୍କର ଏକମାତ୍ର ପୁଅ ଅମୀର ଖାଁ(୮) ଦୀର୍ଘ ୬ ବଷର୍ରୁ ଊର୍ଦ୍ଧ୍ୱ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି । ଜଲିଲୀ ଦିନ ମଜୁରୀଆ ଭାବେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ପୁଅର ଶରୀର ଦିନକୁ ଦିନ ଅସୁସ୍ଥ ହେବାରୁ ତାକୁ କଟକ ଭୁବେନଶ୍ୱରକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ବହୁତ ପଇସା ଖର୍ଚ୍ଚ କରି ସାରେିଲଣି । ଡାକ୍ତର କହୁଛନ୍ତି ପୁଅ ଭଲ ହେବା ପାଇଁ ବହୁତ ପଇସାପତ୍ର ଖଚ୍ଚର୍ହେବ । ପୁଅକୁ ଭଲ କରିବାକୁ ଯାହା କିଛି ଘେର ଥିଲା ସବୁ ବିକ୍ରୀ କରି ପୁଅର ଚିକିତ୍ସା କରୁଛନ୍ତି ।

ବର୍ତ୍ତମାନ ପୁଅର ଚିକିତ୍ସା ପାଇଁ ଆଉ ଅର୍ଥ ନଥିବାରୁ ଜଲିଲୀ ପୁଅକୁ ସଠିକ ସମୟରେ ଔଷଧ କିଣି ଦେଇପାରୁ ନାହାନ୍ତି । ତେଣୁ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ କିଛି ସାହାଯ୍ୟ କଲେ ତାଙ୍କ ପୁଅ ଭଲ ହୋଇପାରନ୍ତେ ଜଲିଲ ନିବେଦନ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନଂ -୩୪୭୮୬୦୬୧୩୬୭ ଆଇଏଫସି କୋଡ-ର୍ ୦୦୦୯୬୨୭ ରେ ସାହାଯ୍ୟ କରିବା ସହ ଏହି ଫୋନ ନଂ ୭୯୭୩୭୧୭୫୯୮ରେ ଯୋଗଯୋଗ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking