33.1 C
Bhubaneswar
Thursday, April 25, 2024
Homeଖେଳମୋନାକ ପଟେଲ୍ ଆମେରିକା ଟି-୨୦ ଦଳର ଅଧିନାୟକ

ମୋନାକ ପଟେଲ୍ ଆମେରିକା ଟି-୨୦ ଦଳର ଅଧିନାୟକ

ନୂଆଦିଲ୍ଲୀ:  ସୌରଭ ନେତ୍ରାଭାଲ୍‌କରଙ୍କ ସ୍ଥାନରେ ମୋନାକ୍ ପଟେଲ୍ ଆମେରିକା ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ନଭେମ୍ବରରେ ହେବାକୁ ଥିବା ଆଇସିସି ଆମେରିକୀୟ ଟି-୨୦ ୱାର୍ଲ୍ଡକପ୍ କ୍ୱାଲିଫାୟର୍‌ରେ ତାଙ୍କ ନେତୃତ୍ୱରେ ଆମେରିକା ଅଭିଯାନ ଆରମ୍ଭ କରିବ । ମିଡିଲ୍ ଅର୍ଡର ବ୍ୟାଟ୍ସମାନ୍ ଆରୋନ୍ ଜୋନ୍ସଙ୍କୁ ତାଙ୍କ ଡେପୁଟି ନିଯୁକ୍ତ କରାଯାଇଛି ।

୫୦ ଓଭର୍ ଫର୍ମାଟ୍‌ର ଜଣେ ପ୍ରମୁଖ୍ୟ ବ୍ୟାଟ୍ସମ୍ୟାନ୍ ମୋନାକ୍ ୨୦୧୮ ସେପ୍ଟେମ୍ବରେ ପାନାମା ବିପକ୍ଷରେ ପଦାର୍ପଣ କରିବା ପରଠାରୁ ସମସ୍ତ ଫର୍ମାଟ୍‌ରେ ଦଳକୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ୨୦୨୦ରେ ଓମାନ୍‌ରେ କ୍ୟାରିୟର୍‌ର ଶିଖରେ ପହଞ୍ଚିଥିବା ମୋନାକ୍ ୫୯.୫ ହାରରେ ମୋଟ ୨୩୮ ରନ୍ କରିଥିଲେ । ନେତ୍ରାଭାଲ୍‌କରଙ୍କ ନେତୃତ୍ୱରେ ଆମେରିକା ଗତ ୱାର୍ଲ୍ଡକପ୍ ଲିଗ୍‌-୨ର ୯ଟି ମ୍ୟାଚ୍‌ରୁ ୮ଟିରେ ପରାଜିତ ହୋଇଥିଲା । ସେହିପରି ତାଙ୍କ ନେତୃତ୍ୱରେ ଦଳ କାନାଡା ଓ ବରମୁଣ୍ଡାଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ୨୦୧୯ ଟି-୨୦ ୱାର୍ଲ୍ଡ କପ୍ ଗ୍ଲୋବାଲ୍ କ୍ୱାଲିଫାୟର୍‌ରେ ସ୍ଥାନ ହାସଲରେ ବିଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking