30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୋଦୀଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ; ଅଷ୍ଟ୍ରେଲିଆ ସହ କ୍ରିକେଟ କୂଟନୀତି

ମୋଦୀଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ; ଅଷ୍ଟ୍ରେଲିଆ ସହ କ୍ରିକେଟ କୂଟନୀତି

ସିଡ୍‌ନୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷକରି ବୁଧବାର ଅଷ୍ଟ୍ରେଲିଆରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଥମେ ଜାପାନର ହିରୋସୀମାରେ ଆୟୋଜିତ ଜି-୭ ବୈଠକରେ ଯୋଗଦେବାପରେ ମୋଦୀ ପାପୁଆ ନିଉ ଗିନି ଦିନକିଆ ଗସ୍ତ ଶେଷକରି ଚଳିତମାସ ୨୨ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ । ସିଡ୍‌ନୀରେ ପ୍ରବାସୀ ଭାରତୀୟ ସମାଜକୁ ମୋଦୀ ସମ୍ବୋଧିତ କରିଥିବାବେଳେ ବୁଧବାର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲ୍‌ବାନିସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିବା ପ୍ରକାଶ । ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କ ପ୍ରସଙ୍ଗରେ ମୋଦୀ କ୍ରିକେଟ କୂଟନୀତି ଅବଲମ୍ବନ କରିଛନ୍ତି ।

ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଟି-୨୦ (ଟ୍ୱେଣ୍ଟି୨୦) ସମ୍ପର୍କ ସ୍ଥାପିତ ହୋଇଥିବା ମୋଦୀ କହିଛନ୍ତି । ବିଗତ ଏକବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଏହା ତାଙ୍କର ଷଷ୍ଠ ସାକ୍ଷାତକାର ହୋଇଥିବାରୁ ଆମ ସମ୍ପର୍କ କେତେ ମଜଭୁତ ହେବାରେ ଲାଗିଛି, ତାହା ସହଜରେ ଅନୁମେୟ ବୋଲି ମୋଦୀ କହିଛନ୍ତି । ଚଳିତବର୍ଷ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିଶ୍ୱକପ ମ୍ୟାଚ ଦେଖିବାକୁ ମୋଦୀ ଆଲବାନିସ ଓ ଅଷ୍ଟ୍ରେଲିଅ।।ର କ୍ରିକେଟପ୍ରେମୀଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଆଲବାନିସ୍ ମଧ୍ୟ ଭାରତ ସହ ସମ୍ପର୍କକୁ ସକରାତ୍ମକ ଦୃଷ୍ଟିରେ ଦେଖିବା ସହ ଭବିଷ୍ୟତରେ ଏହା ଅଧିକ ସୁଦୃଢ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking