34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୋଦୀଙ୍କ ସମ୍ପତ୍ତି ପରିମାଣ ୩.୦୭ କୋଟି

ମୋଦୀଙ୍କ ସମ୍ପତ୍ତି ପରିମାଣ ୩.୦୭ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ପରିମାଣ ୩.୦୭ କୋଟି ଟଙ୍କା ବୋଲି ଜଣାପଡିଛି । ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ବିଗତ ବର୍ଷ ତୁଳନାରେ ସମ୍ପତ୍ତି ପରିମାଣ ୨୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଗତବର୍ଷ ମୋଦୀଙ୍କ ସମ୍ପତ୍ତି ପରିମାଣ ୨.୮୫ କୋଟି ଟଙ୍କା ରହିଥିଲା । ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ମୋଦୀଙ୍କ ନାମରେ ଗାନ୍ଧିନଗର ଷ୍ଟେଟ୍‌ବ୍ୟାଙ୍କରେ ୧.୮୬ କୋଟିର ସ୍ଥାୟୀ ଜମା ରହିଛି । ଏହାବ୍ୟତୀତ ତାଙ୍କର ୧.୪୮ ଲକ୍ଷ ଟଙ୍କା ମୂଲ୍ୟର ୪ଟି ସୁନା ମୁଦି ଥିବାବେଳେ ବ୍ୟାଙ୍କ ଆକାଉଣ୍ଟରେ ୧.୫ ଲକ୍ଷ ଓ ହାତରେ ନଗଦ ୩୬,୦୦୦ ଟଙ୍କା ରହିଛି । ପୁନଶ୍ଚ ତାଙ୍କ ନାମରେ ୮.୯ ଲକ୍ଷ ଟଙ୍କାର ନ୍ୟାସନାଲ ସେଭିଙ୍ଗ୍‌ସ ସାର୍ଟିଫିକେଟ ଥିବାବେଳେ ୧.୫ ଲକ୍ଷ ଟଙ୍କାର ଜୀବନବୀମା ପଲିସୀ ରହିଛି ।

ଏହାବ୍ୟତୀତ ସେ ଏଲ ଆଣ୍ଡ୍ ଟି କମ୍ପାନୀରେ ୨୦ ହଜାର ଟଙ୍କାର ବଣ୍ଡ୍ କିଣିଛନ୍ତି । ମୋଦୀଙ୍କର ନିଜସ୍ୱ ଗାଡିଘୋଡା ନଥିବାେବେଳେ ୨୦୦୨ରେ କିଣିଥିବା ଅଟ୍ଟାଳିକାର ମୂଲ୍ୟ ୧.୧ କୋଟି ଟଙ୍କା । ୧୪,୧୨୫ ବର୍ଗଫୁଟ ଜମିରେ ନିର୍ମିତ ଏହି ଅଟ୍ଟାଳିକାର ମାଲିକାନା ସ୍ୱତ୍ୱ ଚାରିଜଣଙ୍କ ନିକଟରେ ଥିବାବେଳେ ମୋଦୀଙ୍କ ଅଂଶଧନ ୨୫ ପ୍ରତିଶତ ବୋଲି କୁହାଯାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବାପରଠାରୁ ମୋଦୀ କୌଣସି ଜମିବାଡି କିଣିନାହାନ୍ତି । ଅନ୍ୟ ମନ୍ତ୍ରୀଙ୍କ ଭଳି ମୋଦୀ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରିନାହାନ୍ତି । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ୱେବ୍‌ସାଇଟରେ ଏହି ସମ୍ପତ୍ତିର ତାଲିକା ଅପ୍‌ଲୋଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking