37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଡିପି ବଦଳାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଲେ ମୋଦୀ

ଡିପି ବଦଳାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଲେ ମୋଦୀ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମୋଦୀଙ୍କ ଅପିଲ । ନିଜ ସୋସିଆଲ ମିଡିଆ ଡିପି ବା କଭର ଫଟୋକୁ ବଦଳାଇବା ପାଇଁ ଅନୁରୋଧ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ସୋସିଆଲ ମିଡିଆ ଫଟୋକୁ ପରିବର୍ତ୍ତନ କରି ଏଥିରେ ତ୍ରିରଙ୍ଗା ଫଟୋ ରଖିବା ପରେ ଏହି ପରାମର୍ଶ ଦେଇଛନ୍ତି । ଦେଶ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏକ ସାମୁହିକ ଆନ୍ଦୋଳନ ‘ହର ଘର ତ୍ରିରଙ୍ଗା’ ଅଭିଯାନଙ୍କୁ ପାଳନ କରୁଛି । ମୋଦୀ ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ମୁଁ ଆଜି ମୋର ସୋସିଆଲ ମିଡିଆର ଡିପିକୁ ତ୍ରିରଙ୍ଗାକୁ ପରିବର୍ତ୍ତନ କରିଛି । ମୁଁ ଆପଣ ମାନଙ୍କୁ ମଧ୍ୟ ଏହା କରିବାକୁ ଅନୁରୋଧ କରୁଛି ।

ଏହାସହିତ ପ୍ରଧାନମନ୍ତ୍ରୀ ପୀଙ୍ଗାଲି ଭେଙ୍କାୟାଙ୍କୁ ତାଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପୀଙ୍ଗାଲି ଭେଙ୍କାୟା ଜାତୀୟ ପତାକା ଡିଜାଇନ କରିଥିଲେ । ଆଜି ତାଙ୍କ ଜନ୍ମଦିନରେ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତ୍ରିରଙ୍ଗା ନିର୍ମାଣ ପାଇଁ ତାଙ୍କର ଯେଉଁ ଅବଦାନ ରହିଛି ତାହାକୁ ଦେଶ ସଦା ସର୍ବଦା ମନେ ରଖିବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।

ମୋଦୀଙ୍କ ଅପିଲ ପରେ ଅନ୍ୟ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା,ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନାଡ୍ଡା ଏବଂ ଅନ୍ୟ ସମସ୍ତ ରାଜନେତା ମାନେ ତାଙ୍କର ସୋସିଆଲ ମିଡିଆ ଡିପିିକୁ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିଛନ୍ତି ।
ସୂଚନାମୁତାବକ ରବିବାର ଦିନ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟକ ନାଗରିକ ମାନଙ୍କୁ ନିଜ ସୋସିଆଲ ମିଡିଆର ଡିପିକୁ ତ୍ରିରଙ୍ଗାରେ ପରିବର୍ତ୍ତନ କରିବାକୁ ନିବେଦନ କରିଥିଲେ । ଦେଶ ତାର ସ୍ୱାଧୀନତାର ୭୫ବର୍ଷ ପୂରଣ କରିବାକୁ ଥିବା ବେଳେ ଭାରତକ ଏକ ଗୌରବମୟ ତଥା ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking