28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକୋଭିଡ୍ ଟିକା ସମ୍ପର୍କରେ ମୋଦୀ-କମଳା ହାରିସ୍ ଆଲୋଚନା

କୋଭିଡ୍ ଟିକା ସମ୍ପର୍କରେ ମୋଦୀ-କମଳା ହାରିସ୍ ଆଲୋଚନା

ନୂଆଦିଲ୍ଲୀ : ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ଗୁରୁବାର ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କୋଭିଡ୍ ଟିକାକରଣ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ ୮୦ନିୟୁତ କୋଭିଡ୍ ଟିକାରୁ ୨୫ନିୟୁତ ଟିକା ଅନ୍ୟ ଦେଶକୁ ଦେବାକୁ ଯୋଜନା କରିବା ପରିପ୍ରେକ୍ଷୀରେ କମଳା ହାରିସ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଆମେରିକା କୋଭାକ୍ସ ଫାସିଲିଟି ଜରିଆରେ ୧୬ନିୟୁତ ଡୋଜ୍ କୋଭିଡ୍ ଟିକା ବିଭିନ୍ନ ଦେଶକୁ ଦାନ କରିବ। ଏହି ଯୋଜନା ଅନୁଯାୟୀ ଲାଟିନ୍ ଆମେରିକାକୁ ୬ନିୟୁତ କୋଭିଡ୍ ଟିକା ଯୋଗାଇ ଦିଆଯିବ । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆକୁ ୭ନିୟୁତ ଏବଂ ଆଫ୍ରିକାକୁ ହାରାହାରି ୫ନିୟୁତ କୋଭିଡ୍ ଟିକା ଆମେରିକା ଯୋଗାଇ ଦେବ । ଅବଶିଷ୍ଟ କାନାଡ଼ା, ମେକ୍ସିକୋ, ଭାରତ ଏବଂ କୋରିଆକୁ ଆମେରିକା ଯୋଗାଇ ଦେବାର ଯୋଜନା ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking